ETV Bharat / state

ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର: ଥିଲେ ମାଓବାଦୀ, ଏବେ କରିବେ ଲୋକସେବା - cooperative society election

ଦିନେ ତାଙ୍କ ବନ୍ଧୁକ ଗର୍ଜୁଥିଲା । ବନ୍ଧୁକ ମୁନରେ କୋକୁଆ ଭୟ ସୃଷ୍ଟି କରୁଥିଲେ । ଯେଉଁ ହାତ ଦିନେ ବନ୍ଧୁକ ଉଠାଉଥିଲା ସେ ଆଜି କଲମ ଧରିବ । ଲୋକସେବାରେ ନିଜକୁ ନିୟୋଜିତ କରିବ । ମାଓବାଦୀରୁ ରାଜନେତା ପାଲଟିଥିବା ଶୁକଦେବଙ୍କ ପରିବର୍ତ୍ତନ କାହାଣୀକୁ ନେଇ ଆମର ଏହି ରିପୋର୍ଟ । ମାଓନେତାରୁ ରାଜନେତା ।

ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର: ବନ୍ଧୁକ ଛାଡି ଲୋକସେବା ମୁହାଁ ମାଓନେତା

author img

By

Published : Jun 23, 2022, 7:22 PM IST

ମାଲକାନଗିରି: ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର । ବନ୍ଧୁକ ଛାଡି ଆତ୍ମ ସମର୍ପଣ କରୁଛନ୍ତି ମାଓନେତା । ଦିନେ ମାଓନେତା ଥିଲେ ଏବେ ସମବାୟ ବ୍ୟାଙ୍କ ଶାଖା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶୁକଦେବଙ୍କ ଏହି ପରିବର୍ତ୍ତନକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଟେକଗୁଡ଼ା ବାସିନ୍ଦା ଓ ବୁଦ୍ଧିଜୀବୀ ।

ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର

ସୂଚନାଅନୁସାରେ, ବିଗତ 15ର ବର୍ଷ ହେବ ମାଓ ସଂଗଠନରେ ଡିସିଏମ୍ କ୍ୟାଡର ଭାବେ କାମ କରୁଥିଲେ ଶୁକଦେବ। ଦିନ ଥିଲା ତାଙ୍କ ନାଁ ଶୁଣିଲେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଛନକା ପଶୁଥିଲା । ପରେ ୨୦୧୬ ଜୁନ ୨୨ରେ ସମାଜ ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଏସପିଙ୍କ କାର୍ଯ୍ୟାଳୟରେ ପତ୍ନୀଙ୍କ ସହ ଆତ୍ମସମର୍ପଣ କରିଥିଲେ । ତେବେ ଗତକାଲି(ବୁଧବାର) କାଲିମେଳା ସମବାୟ ବ୍ୟାଙ୍କ ଶାଖା ଅଧକ୍ଷ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଶୁକଦେବ । ଗରିବ ଚାଷୀ ମୁଲିଆଙ୍କ ସୁଖଦୁଃଖର ସେବା କରିବା ପାଇଁ ମାଓ ସଂଗଠନ ଛାଡିଥିଲେ ଶୁକଦେବ । ଏହି ନିର୍ବାଚନ ଲାଗି ସମବାୟ ବ୍ୟାଙ୍କର ଚୂଡ଼ାନ୍ତ ପ୍ରାର୍ଥୀଙ୍କ ମଧ୍ୟରେ କେହି ବିପକ୍ଷ ପ୍ରତିଦ୍ଵନ୍ଦୀ ନଥିବାରୁ15 ଜଣ ଅନକଣ୍ଟେଷ୍ଟରେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ବ୍ୟାଙ୍କ ଅଧ୍ୟକ୍ଷ ଲାଗି ମଧ୍ୟ କେହି ପାର୍ଥୀପତ୍ର ଦାଖଲ କରିନଥିଲେ କେବଳ ଶୁକଦେବ ହିଁ ଅଧ୍ୟକ୍ଷ ଲାଗି ପାର୍ଥୀପତ୍ର ଦାଖଲ କରିବାର ପରେ ସେ ନିଦ୍ବନ୍ଦରେ ଅଧ୍ୟକ୍ଷ ହୋଇଛନ୍ତି । ସେ ଅଧ୍ୟକ୍ଷ ହେବାପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ସୋସାଇଟି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶୁକଦେବଙ୍କ ଏହି ପରିବର୍ତ୍ତନକୁ ବେଶ ପ୍ରଶଂସା କରିଛନ୍ତି ଟେକଗୁଡ଼ାବାସୀ ଓ ବୁଦ୍ଧିଜୀବୀ । ଶୁକଦେବ ଜଣେ ଡିସିଏମ୍ କ୍ୟାଡର୍ ମାଓନେତା ହୋଇବି ସରକାରଙ୍କ ଆତ୍ମସମର୍ପଣ ନୀତି ଆପଣେଇ ମୁଖ୍ୟସ୍ରୋତରେ ସାମିଲ୍ ହୋଇ ଲୋକଙ୍କ ସେବାପାଇଁ ରାଜନେତାର ପରିଚୟ ପାଇଛନ୍ତି । ଏହାକୁ ନେଇ ମାଲକାନଗିରି ଆଡିସନାଲ ଏସପି ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.