ETV Bharat / state

ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାରେ ନାକେଦମ୍ ବନବିଭାଗ - ମାଲକାନଗିରି ବନଖଣ୍ଡ

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ ପାହାଡ । ନିଆଁ ଲିଭାଇବାରେ ବନବିଭାଗ ନାକେଦମ୍ । ଗୋଟିଏ ଜାଗାରେ ନିଆଁ ଆୟତ୍ତକୁ ଆସିଲା ବେଳକୁ ଅନ୍ୟ ଜାଗାରେ ଜଳୁଛି ଜଙ୍ଗଲ । ଅଧିକ ପଢ଼ନ୍ତୁ

Fire in the forest
Fire in the forest
author img

By

Published : Mar 18, 2023, 12:52 PM IST

ଜଳୁଛି ଜଙ୍ଗଲ

ମାଲକାନଗିରି: ଜଳୁଛି ଜଙ୍ଗଲ । ଜଙ୍ଗଲରୁ ଜଙ୍ଗଲ ମାଡି ଚାଲିଛି ନିଆଁ । ଅଗ୍ନିକାଣ୍ଡ ଫଳରେ ସଙ୍କଟରେ ମୂଲ୍ୟବାନ ଗଛ ଓ ବନ୍ୟପ୍ରାଣୀଙ୍କ ଜୀବନ । ନିଆଁ ଗିଳି ଚାଲିଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ତେବେ ବନାଗ୍ନିର ଏଭଳି ସାଂଘାତିକ ଚିତ୍ର ମାଲାକାନଗିରି ବନଖଣ୍ଡରେ ଦେଖିବାକୁ ମିଳିଛି । ପ୍ରତିଦିନ ଜଙ୍ଗଲ ଜଳିବାର ନୂଆ ସୂଚନା ମିଳୁଛି । ଶୁଖିଲା ପତ୍ର ଏବଂ ସୂର୍ଯ୍ୟଙ୍କ ତେଜ ବନାଗ୍ନିକୁ ବଢ଼ାଇଥିବା ବେଳେ ଗରମ ଏବଂ ଧୂଆଁରେ ଛଟପଟ ହେଉଛନ୍ତି ଜଙ୍ଗଲ ସଂଲଗ୍ନ ଗ୍ରାମବାସୀ ।

ତେବେ ବନ ବିଭାଗ କହିଛି ଅଧିକାଂଶ ବନାଗ୍ନି ମନୁଷ୍ୟକୃତ । ବର୍ଷା ହେବା ଆରମ୍ଭରୁ ମାଲକାନଗିରି ବନଖଣ୍ଡରେ ଲୋକେ ରାସ୍ତା ସଫା ଉଦ୍ଦେଶ୍ୟରେ ଜଙ୍ଗଲରେ ପୋଡୁଚାଷ କରିବା ପାଇଁ ନିଆଁ ଲଗାଉଛନ୍ତି । କାଠ, କୋଇଲା ଓ ପଶୁପକ୍ଷୀଙ୍କ ଶିକାର ପାଇଁ ମଧ୍ୟ ଲୋକେ ନିଆଁ ଲଗାଉଛନ୍ତି । ନିଆଁ ବ୍ୟାପି ଯିବାରୁ ବର୍ତ୍ତମାନ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଛି ବୋଲି ବନ ବିଭାଗ କହିଛି । ତେବେ ଏପରି ରହିଲେ ସ୍ଥିତି ଆଗକୁ ଅଧିକ ବିଗିଡ଼ିବ ବୋଲି ଆଶଙ୍କା ପାଇଛି ।

ତେବେ ମାଲକାନଗିରି ବନାଞ୍ଚଳର ତାଣ୍ଡିକି ଓ ଚଲାଣଗୁଡା ଜଙ୍ଗଲରେ ନିଆଁ ଲାଗି ଚାରିଆଡେ ବ୍ୟାପିଥିଲା । ଖବର ପାଇ ବନବିଭାଗର ଫାୟାର ସ୍କ୍ବାଡ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାଲକାନଗିରି ବନଖଣ୍ଡ ଅଧୀନରେ ମାଲକାନଗିରି, ବାଲିମେଳା, ଚିତ୍ରକୋଣ୍ଡା , କାଲିମେଳା, ମାଥିଲି ଓ ମୋଟୁ ବନାଞ୍ଚଳ ରହିଛି । ଗତ ଜାନୁଆରି ମାସ ଠାରୁ ଆଜି ସୁଦ୍ଧା ଉପରୋକ୍ତ ବନାଞ୍ଚଳର ୫୬୦ଟି ସ୍ଥାନରେ ନିଆଁ ଲାଗିଛି । ହେକ୍ଟର ହେକ୍ଟର ଜଙ୍ଗଲ ଜଳିଯାଇ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି । ଏଥିସହ ଜୈବ ବିବିଧତା ବି କ୍ଷତିଗ୍ରସ୍ତ ହୋଇଛି । ଜଙ୍ଗଲରେ ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ କହିଛନ୍ତି ।

ତେବେ ନିଆଁ ଲିଭାଇବା ପାଇଁ ମାଲକାନଗିରି ବନଖଣ୍ଡରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଜଣେ ଏସିଏଫ୍ , ଜଣେ ଡେପୁଟି ରେଞ୍ଜର, ଫରେଷ୍ଟର ଓ ୨ଜଣ ଫରେଷ୍ଟ ଗାର୍ଡଙ୍କୁ ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ବ ଦିଆଯାଇଛି । ସେହିପରି ପ୍ରତ୍ୟେକ ବନାଞ୍ଚଳରେ ଫାୟାର ୟୁନିଟ୍ କରାଯାଇ ଫାୟାର ସ୍କ୍ବାଡ୍, ପାରାଷ୍ଟାଫ୍, ବନପାଳ ଓ ବନରକ୍ଷୀଙ୍କୁ ନିୟୋଜିତ କରାଯାଇଛି । ପ୍ରତି ୟୁନିଟ୍‌ରେ ୫ରୁ ୬ଜଣ ରହୁଥିବା ସହ ସେମାନଙ୍କୁ ବ୍ରୋଏଇ ମେସିନ୍‌ ଦିଆଯାଇଛି । ନିଆଁ ବେଳେ ଗୋଟିଏ ଜଙ୍ଗଲରେ ଲାଗିଲେ ସାଟ୍‌ଲାଇଟ୍‌ ମାଧ୍ୟମରେ ସମସ୍ତ ତଥ୍ୟ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚୁଛି । ଏଥିସହ ମାଲକାନଗିରି ବନାଞ୍ଚଳରେ ନିଆଁ ଲଗାଉଥିବା ନେଇ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଡିଏଫଓ କହିଛନ୍ତି । ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଡିଏଫଓ ଅନୁରୋଧ କରିବା ସହ ଜଙ୍ଗଲରୁ ଯଦି କୌଣସି ବନ୍ୟଜନ୍ତୁ ଗାଁ ଭିତରକୁ ଆସନ୍ତି ତ ତୁରନ୍ତ ବନବିଭାଗକୁ ଜଣାଇବାକୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.