ETV Bharat / state

ଗାଁକୁ ଆସି ଫସିଗଲା ଭାଲୁ, ଗଛ ତଳେ ଜଗିଛି ବନବିଭାଗ

author img

By

Published : Jan 5, 2022, 5:34 PM IST

ଖାଦ୍ୟ ସଂଗ୍ରହ ପାଇଁ ଆସି ଫସିଗଲା ଭାଲୁ । ଏକ ଗଛ ଉପରେ ଚଢି ବସି ରହିଛି ଭାଲୁ । ଗ୍ରାମବାସୀ ଦେଖିବା ପରେ ବନ ବିଭାଗକୁ ଖବର ଦେଇଛନ୍ତି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଗଛରେ ଫଶିଛି ଭାଲୁ, ବନବିଭାଗ ଉଦ୍ଧାର କାର୍ଯ୍ୟ ଜାରୀ

ମାଲକାନଗିରି: ଖାଦ୍ୟ ଅନ୍ବେଷଣରେ ଆସି ଫସିଗଲା ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗୋରାଖୁଣ୍ଟ ପଞ୍ଚାୟତ ଏମଭି ୨୦ ଗ୍ରାମରେ।

ଜଙ୍ଗଲୀ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଗାଁ ଅଭିମୁଖେ ପଶି ଆସିଥିଲା କିନ୍ତୁ ସେ ଆଉ ଜଙ୍ଗଲ ମଧ୍ୟକୁ ଯାଇ ପାରିନଥିଲା । ଭୟରେ ଗାଁରେ ଥିବା ଏକ ଗଛ ଉପରେ ଭାଲୁଟି ଚଢ଼ି ଯାଇଥିଲା । ଗ୍ରାମବାସୀ ଏହା ଦେଖିବା ପରେ ବନବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଭାଲୁକୁ ଏକ ତୀର ମଧ୍ୟ ଲାଗିଥିବା ଅନୁମାନ କରାଯାଉଛି । ତେବେ ଜିଲ୍ଲାରେ ବିଭିନ୍ନ ସମୟରେ ଅନେକ ଗ୍ରାମରେ ଭାଲୁ ପଶିଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ଜଙ୍ଗଲ ଲୋପ ପାଉଥିବାବେଳେ ଜନବସତିମୁହାଁ ହେଉଛନ୍ତି ଜଙ୍ଗଲୀ ଜୀବଜନ୍ତୁ। ଏହା ସହ ଭାଲୁ ମଣିଷ ଲଢେଇରେ ଅନେକ ଜୀବନ ମଧ୍ୟ ଯାଉଛି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.