ETV Bharat / state

ଭତ୍ତା ପାଇଁ ଚାଲିବାକୁ ପଡେ 30 କିଲୋମିଟର

ଭତ୍ତା ପାଇଁ 30 କିମି.ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି ଆଦିମ ଜନଜାତି ବଣ୍ଡାଙ୍କୁ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ଖଇରପୁଟ ଅଞ୍ଚଳରେ । ଅଧିକ ଖବର ପଢନ୍ତୁ...

author img

By

Published : Dec 18, 2019, 12:15 PM IST

ଭତ୍ତା ପାଇଁ ଚାଲିବାକୁ ପଡେ 30 କିଲୋମିଟର
ଭତ୍ତା ପାଇଁ ଚାଲିବାକୁ ପଡେ 30 କିଲୋମିଟର

ମାଲକାନଗିରି: ଭତ୍ତା ପାଇଁ 30 କିମି.ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି ଆଦିମ ଜନଜାତି ବଣ୍ଡାଙ୍କୁ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ଖଇରପୁଟ ଅଞ୍ଚଳରେ । ରାଜ୍ୟ ସରକାରଙ୍କ ପାଖରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ଏଠି ସମ୍ପୂର୍ଣ୍ଣ ଅଲଗା । କାରଣ ସରକାରୀ କର୍ମଚାରୀ ମାନଙ୍କ ଉଦାସୀନତା ପାଇଁ ଆଦିମ ଜନଜାତି ବଣ୍ଡାଙ୍କୁ ଦୀର୍ଘ 30 କିମି ପାହାଡ଼ ପର୍ବତ ପାର ହୋଇ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି ଭତ୍ତା ପାଇଁ ।

ଭତ୍ତା ପାଇଁ ଚାଲିବାକୁ ପଡେ 30 କିଲୋମିଟର

ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତର ବୃଦ୍ଧାବୃଦ୍ଧ ମାନଙ୍କୁ ଦୀର୍ଘ 30 କିମି ପାହାଡ଼ ପର୍ବତ ଘାଟି ପାର ହୋଇ ଖଇରପୁଟ ବ୍ଳକ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି । ଏହି ବିଷୟରେ ସଂପୃକ୍ତ ଅଧିକାରୀ ରୋହିତ ମଣି ଧାରୁଆଙ୍କୁ ବଣ୍ଡା ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା ସେ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି ।

ସେପଟେ ସଂପୃକ୍ତ ଅଧିକାରୀ ଜଣକ ସରକାରଙ୍କ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରିବାକୁ ସାଧାରଣରେ ଦାବି ହେଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଭତ୍ତା ପାଇଁ 30 କିମି.ଚାଲି ଚାଲି ବ୍ଲକ କାର୍ଯ୍ୟାଳୟ କୁ ଆସିବାକୁ ପଡୁଛିଆଦିମ ଜନଜାତି ବଣ୍ଡାଙ୍କୁ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରେ ।
Body:ରାଜ୍ୟ ସରକାରଙ୍କ ପାଖରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବଣ୍ଡା ଜନଜାତି ଙ୍କ ଉନ୍ନତି ପାଇଁ କେତେ କଣ ଯୋଜନା କରୁଛନ୍ତି।କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା କାରଣ ସରକାରୀ କର୍ମଚାରୀ ମାନଙ୍କ ଉଦାସୀନତା ପାଇଁ ଆଦିମ ଜନଜାତି ବଣ୍ଡାଙ୍କୁ ଦୀର୍ଘ 30 କିମି ପାହାଡ଼ ପର୍ବତ ପାର ହୋଇ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି ଭତ୍ତା ପାଇଁ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତର ବୃଦ୍ଧା ବୃଦ୍ଧ ମାନେ ଦୀର୍ଘ 30 କିମି ପାହାଡ଼ ପର୍ବତ ଘାଟି ପାର ହୋଇ ଖଇରପୁଟ ବ୍ଳକ କାର୍ଯ୍ୟାଳୟ କୁ ଆସିବାକୁ ପଡୁଛି। ଏହି ବିଷୟରେ ସଂପୃକ୍ତ ଅଧିକାରୀ ରୋହିତ ମଣି ଧାରୁଆଙ୍କୁ ବଣ୍ଡା ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା ସେ କର୍ଣପାତ କରି ନଥିବା ଅଭିଯୋଗ ହୋଇଥିବା ବେଳେ ସଂପୃକ୍ତ ଅଧିକାରୀ ଜଣକ ସରକାର ଙ୍କ ନିୟମକୁ ଖୋଲା ଖୋଲି ଭାବେ ଉଲଂଘନ କରୁଥିବା ଦେଖିବାକୁ ମିଳିଛି । Conclusion:ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରତ୍ୱର ସହ ନେଇ ସମ୍ପୃକ୍ତ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ କାର୍ଯ୍ୟାଳୟ ରେ ଭତ୍ତା ବଣ୍ଟନ କରିବାକୁ ସାଧାରଣ ରେ ଦାବି ହେଉଛି।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.