ETV Bharat / state

ମୋଟୁରେ ଟଳିଲା ବିପଦ, ନିଷ୍କାସନ ହେଉଛି ବନ୍ୟାପାଣି - ମୋଟୁରେ ଟଳିଲା ଭୟାବହ ପରିସ୍ଥିତି

ମାଲକାନଗିରି ମୋଟୁ ଅଞ୍ଚଳରୁ ଟଳିଲା ବିପଦ । ନିଷ୍କାସନ ହେଉଛି ବନ୍ୟା ପାଣି । ଅଧିକ ପଢନ୍ତୁ

ମୋଟୁରେ ଟଳିଲା ଭୟାବହ ପରିସ୍ଥିତି, ନିଷ୍କାସନ ହେବାରେ ଲାଗିଛି ବନ୍ୟାପାଣି

author img

By

Published : Jul 17, 2022, 9:08 PM IST

ମାଲକାନଗିରି: ମୋଟୁବାସୀଙ୍କୁ ମିଳିଲା ଆଶ୍ବସ୍ତି । ଏଠାରେ ଲଗାତାର ୪ ଦିନ ହେଲା ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଆଜି କିଛି ମାତ୍ରାରେ ବନ୍ୟା ପାଣି କମିଛି । ଫଳରେ ମୋଟୁବାସୀଙ୍କ ଭୟ କମିଥିବା ବେଳେ ବନ୍ୟାପାଣି ନିଷ୍କାସନ କରାଯାଉଛି । ମୋଟୁ ଅଞ୍ଚଳର ବନ୍ୟା ଜଳସ୍ଥର ଗତକାଲି ଠାରୁ ପ୍ରାୟ ୨ରୁ ୩ଫୁଟ କମିଥିବାର ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଲୋକଙ୍କ ମନରେ ଯେଉଁ ଭୟ ଲାଗି ରହିଥିଲା ତାହା ଧୀରେ ଧୀରେ ଟଳିବାକୁ ଲାଗିଛି ।

ମୋଟୁରେ ଟଳିଲା ଭୟାବହ ପରିସ୍ଥିତି, ନିଷ୍କାସନ ହେବାରେ ଲାଗିଛି ବନ୍ୟାପାଣି

ବର୍ତ୍ତମାନ ସୁଦ୍ଧା ଜଳ ଘେରରେ ବହୁତ ଗାଁ ବୁଡ଼ି ରହିଥିବା ବେଳେ ପୁରୁଣା ମୋଟୁ ଅଞ୍ଚଳର ଲୋକଙ୍କୁ ଆଣି ଆଶ୍ରୟସ୍ଥଳୀରେ ରଖା ଯାଇଛି । କିନ୍ତୁ ଏବେ ମଧ୍ୟ ଜଳମଗ୍ନ ହୋଇ ରହିଛି ଅନେକ ଗାଁ । ସେହିଭଳି ଆଲମା, ବାରିବାଞ୍ଛା, ମୁରଲୀ ଗୁଡ଼ା, ବିନାୟକପୁର ଭଳି ଅନେକ ଗାଁ ରହିଛି । ସେମାନଙ୍କୁ ପ୍ରଶାସନ ଦ୍ଵାରା ଶୁଖିଲା ଖାଦ୍ୟ ପଠାଯାଉଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତରେ ଆନ୍ଧ୍ର ସୀମାରେ ଥିବା କୁଲେର ଗ୍ରାମରେ ଫସି ରହିଥିବା ଲୋକଙ୍କୁ ରିଲିଫ ବାଣ୍ଟିବା ପାଇଁ ବୋଟ୍ ସାହାଯ୍ୟରେ ଯାଇଥିବା ଜଣାପଡିଛି ।

ମାଲକାନଗିରି ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଜି ବି ଝିପି ଝିପି ବର୍ଷା ଲାଗି ରହିଛି । ବର୍ଷା ଲାଗି ରହିଲେ ପୁଣି ଜଳସ୍ତର ବଢିପାରେ । ତେବେ ଆଜି ମଧ୍ୟ ପ୍ରଶାସନ ଅଧିକାରୀ ମାନେ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.