ETV Bharat / state

ମାଲକାନଗିରିରେ ବନ୍ୟା ପରିସ୍ଥିତି, ଦୁଇ ବ୍ଲକରେ ଭାଙ୍ଗିଲା ୩୦ଘର

ଚାରି ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

flood situation in malkangiri
ମାଲକାନଗିରିରେ ବନ୍ୟା ପରିସ୍ଥିତି
author img

By

Published : Aug 14, 2020, 11:57 AM IST

ମାଲକାନଗିରି: ଚାରି ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଏଥିସହ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଜିଲ୍ଲାରେ ସର୍ବମୋଟ ୧୧୮.୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସେହିପରି ମାଲକାନଗିରି ବ୍ଲକରେ ୭୫.୬, ମାଥୁଲିରେ ୧୮୪.୦ , ଖଇରପୁଟରେ ୯୨.୦ , ଚିତ୍ରକୋଣ୍ଡାରେ ୯୮.୦ , କୋରୁକୋଣ୍ଡାରେ ୧୪୭.୦ , କାଲିମେଳାରେ ୧୪୯.୦ , ପଡ଼ିଆରେ ୮୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ମାଲକାନଗିରିରେ ବନ୍ୟା ପରିସ୍ଥିତି

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ଅସ୍ଥାୟୀ ବାତ୍ୟା କେନ୍ଦ୍ର ଖୋଲାଯାଇଛି । ଖଇରପୁଟ ବ୍ଲକର ମୁଦୁଲିପଡା , ଅଣ୍ଡାହାଲ, ମାଥିଲି ବ୍ଲକର କର୍ତ୍ତନପାଲି , ପଡିଆ ବ୍ଲକର ପୁସୁଗୁଡା ଅଞ୍ଚଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ କୋରୁକୋଣ୍ଡା ଓ ପଡିଆ ବ୍ଲକରେ ୩୦ ଘର ଭାଙ୍ଗିଥିବା କୁହାଯାଉଛି । କାଲିମେଳା ପଡିଆ ବ୍ଲକର ୧୭ ଗ୍ରାମ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଛି । ଅନ୍ୟପକ୍ଷରେ ସାବେରୀରେ ବନ୍ୟା ଜଳ ଆସିବା ଫଳରେ ପଡିଆ ବ୍ଲକର କନ୍ୟାଶ୍ରମ ପୋଲ ଉପରେ ୫ ଫୁଟ ଜଳ ପ୍ରବାହିତ ହେଉଛି ।

ଫଳରେ ପଡିଆ ବ୍ଲକକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜରୁରୀକାଳିନ ବିଭାଗରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲା ଯିବାସହ ସ୍ବତନ୍ତ୍ର ହାର୍ଟଅପ୍ ଗ୍ରୁପ ଜରିଆରେ ବନ୍ୟା ଓ ବର୍ଷା ସ୍ଥିତିର ସୂଚନା ଆଦାନ ପ୍ରଦାନ କରାଯାଇ ଏହାର ପ୍ରତିକାର କରିବା ବ୍ୟବସ୍ଥା କରାଯାଉଥିବା ଜିଲ୍ଲା ଜରୁରୀକାଳିନ ଅଧିକାରୀ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.