ETV Bharat / state

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଶହୀଦ - ପୋଲିସ- ମାଓବାଦୀ ମଧ୍ୟରେ ଗୁଳିମୟ

ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଗୁରୁତର ଯବାନଙ୍କୁ ସ୍ବତନ୍ତ୍ର ହେଲକପ୍ଟର ଯୋଗେ ବିଶାଖାପାଟଣାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଶହୀଦ
author img

By

Published : Aug 28, 2019, 8:40 AM IST

Updated : Aug 28, 2019, 12:42 PM IST

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ଲାଲଗଡ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ନିକଟରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଶହୀଦ ଯବାନ ହେଲେ ଜୟସିଂହ କବାସି ଓ ଗୁରୁତର ହେଲେ ରାମଚନ୍ଦ୍ର ଦୁରୁଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆହତ ଯବାନଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଫୋର୍ସର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଶହୀଦ ଯବାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ସଲାମି ଦିଆଯାଇ ପରିବାରକୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ଏସଓଜି ଓ ଡିଭିଏସର ପକ୍ଷରୁ ଏହି ମିଳିତ ଚଢାଉ ହୋଇଥିଲା । ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯିବା ସହ ବିଏସଏଫ ବାହିନୀକୁ ମୁତୟନ କରାଯାଇ । ଏହାସହ ମାଲାକନଗିରି ସୀମାନ୍ତକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

hgfh

Conclusion:
Last Updated : Aug 28, 2019, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.