ETV Bharat / state

ଶୁଣିଲାନି ପ୍ରଶାସନ, ପୋତି ହୋଇଥିବା କେନାଲକୁ ସଫା କଲେ ଚାଷୀ - ଚାଷୀଙ୍କ ଦୁଃଖ

ଚାଷଜମିରେ ପାଣି ନପହଞ୍ଚିବାରୁ କେଲାନ ସଫା କଲେ ଚାଷୀ । ବାରମ୍ଭାର ଅଭିଯୋଗ ପରେ ବି ପ୍ରଶାସନ ନ ଶୁଣିବାରୁ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ଚାଷୀ । ଅଧିକ ପଢନ୍ତୁ

ଶୁଣିଲାନୀ ପ୍ରଶାସନ, ପୋତି ହୋଇଥିବା କେନାଲକୁ ସଫା କଲେ ଚାଷୀ

author img

By

Published : Sep 9, 2022, 4:50 PM IST

ମାଲକାନଗିରି: କାଲିମେଳା ବ୍ଲକର ଚିତ୍ରାଙ୍ଗ ପାଲ୍ଲୀ, ମାନ୍ଦାପାଲି ଓ ବଦିଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଥିବା ପଟେରୁ ମୁଖ୍ୟ କେନାଲରୁ ଶାଖା କେନାଲକୁ ପାଣି ନଆସିବା କାରଣରୁ ଚାଷୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି । ଚାଷ ପାଇଁ ପାଣିର ଅଭାବ ପରିଲିକ୍ଷିତ ହେବାରୁ ନଷ୍ଟ ହେଉଛି ଶହଶହ ହେକ୍ଟର ଚାଷ ଜମି । ପାଞ୍ଚଶହରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ପାଣି ଯୋଗାଉଥିବା ଶାଖା କେନାଲ ଅଚଳ ହୋଇପଡ଼ିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

ଶୁଣିଲାନୀ ପ୍ରଶାସନ, ପୋତି ହୋଇଥିବା କେନାଲକୁ ସଫା କଲେ ଚାଷୀ

ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପୋତିହୋଇଥିବା କେନାଲରୁ ମାଟି ଉଠାଇ ସଫା କରିଛନ୍ତି ତିନୋଟି ପଞ୍ଚାୟତର ଚାଷୀ । ୧୦ଟି ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହୋଇ ଜଣଙ୍କ ପିଛା ୫୦୦ ଟଙ୍କା ଆଦାୟ କରି ସେହି ଟଙ୍କାରେ ମେସିନ ଲଗାଇବା ସହ ନିଜେ କେନାଲକୁ ସଫା କରିଛନ୍ତି ।

କାଲିମେଳାର ବ୍ଲକର ଚିତ୍ରାଙ୍ଗ ପାଲ୍ଲୀ, ମାନ୍ଦାପାଲି ଓ ବଦିଲି ଗ୍ରାମ ପଞ୍ଚାୟତର ୧୦ଟି ଗ୍ରାମର ଚାଷୀ ମାନେ ଧାର କରଜ କରି ଧାନ ଚାଷ କରିଥିଲେ । କିନ୍ତୁ ବର୍ଷବର୍ଷ ଧରି ପଟେରୁ ଜଳସେଚନ ବିଭାଗ କରିଥିବା ମୁଖ୍ୟ କେନାଲରୁ ଶାଖା କେନାଲକୁ ପାଣି ନଆସିବାରୁ ବିଭାଗୀୟ ଯନ୍ତ୍ରୀ ଓ ନବରଙ୍ଗପୁର ସାଂସଦଙ୍କୁ ଏନେଇ ଜଣାଇଥିଲେ ଚାଷୀ । କିନ୍ତୁ କୌଣସି ପଦକ୍ଷପ ନିଆନଯିବାରୁ ଆଜି ଚାଷୀମାନେ ଚାଷ ଜମିକୁ କିପରି ପାଣି ଆସିବ ସେନେଇ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନକଲି ଔଷଧ କାରବାର, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ

ଏନେଇ ପଟେରୁ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ''ଚାଷୀମାନଙ୍କର କୌଣସି ଅଧିକାର ନାହିଁ କେନାଲ ଖୋଳିବାର ଏବଂ ଗତ ଦୁଇ ବର୍ଷ ହେବ ପଞ୍ଚାୟତ କମିଟି ଗଠନ କରାଯାଇନାହିଁ ଏଣୁ ମରାମତି ନିମନ୍ତେ ଟଙ୍କା ଦିଆଯାଇ ନାହିଁ । ଯଦି ଚାଷୀମାନେ ହାତରୁ ଟଙ୍କା ଖର୍ଚ୍ଚ କରି କାମ କରିଛନ୍ତି ତାହେଲେ ଚାଷୀ ମାନଙ୍କ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଦିଆଯିବ ବୋଲି ଫୋନ୍‌ ଯୋଗେ କହିଛନ୍ତି ପଟେରୁ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ।

ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି, ପାଣି ସମସ୍ୟା ଦୂର କରିବା ଆବଶ୍ୟକ ରହିଥିବା ଚାଷୀ ଦାବି କରିଛନ୍ତି । ଖାଲି ଦେଖିବାକୁ ବାକି ରହିଲା ପଟେରୁ ଜଳସେଚନ ବିଭାଗ କେବେ ଚାଷୀଙ୍କ ଦୁଃଖ ଶୁଣୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.