ETV Bharat / state

‘ଫନି’ ପାଇଁ ସାହାଯ୍ୟର ହାତ ବଢାଇଲେ ମାଲକାନଗିରିର 'ଉତ୍ତମ' - relief

ବାତ୍ୟା ‘ଫନି’ ଯୋଗୁଁ ଅନେକ ଧନଜୀବନ କ୍ଷୟକ୍ଷତି ମଧ୍ୟ ହୋଇଛି । ମାଲକାନଗିରିର ଉପାନ୍ତ ଅଞ୍ଚଳ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ସାହାଯ୍ୟର ହାତ ବଢାଇଛି । ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ୫ଟି ଜେନେରେଟର ଯୋଗାଇଲେ ଉତ୍ତମ ମଲ୍ଲିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଜୟନ୍ତ ତିଆଡି
author img

By

Published : May 9, 2019, 3:05 PM IST

ମାଲକାନଗିରି: ବାତ୍ୟା ‘ଫନି’ ଦୋହଲାଇ ଦେଇଛି ସାରା ରାଜ୍ୟକୁ । ବାତ୍ୟା ଯୋଗୁଁ ଅନେକ ଧନଜୀବନ କ୍ଷୟକ୍ଷତି ମଧ୍ୟ ହୋଇଛି । ଏପରି କ୍ଷେତ୍ରରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଏବଂ ବିଦେଶରୁ ସହାୟତା ଆସୁଛି । କ୍ଷତିଗ୍ରସ୍ତ ଅଞ୍ଚଳକୁ ସୁଧାରିବା ପାଇଁ ପ୍ରୟାସ କରାଯାଉଛି । ତେବେ ମାଲକାନଗିରିର ଉପାନ୍ତ ଅଞ୍ଚଳ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ମଧ୍ୟ ସାହାଯ୍ୟର ହାତ ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଜୟନ୍ତ ତିଆଡି

ଚଳିତ ମାସ 3 ତାରିଖରେ ମାଡି ଆସିଥିଲା ବାତ୍ୟା ‘ଫନି’ । ସେ ଫେରିଯାଇଛି ସତ ହେଲେ ଦୁଃଖ ଦୁର୍ଦ୍ଦଶାର ଦିନ ଦେଖାଇ ଯାଇଛି । ବାତ୍ୟା ଯୋଗୁଁ ବହୁ ବେରୋଜଗାର ହୋଇଛନ୍ତି ତ କେତେକ ନିଜର ବାସଗୃହ ହରାଇଛନ୍ତି । ଖାଇବା ପାଇଁ ଡହଳବିକଳ । ଚାରିଆଡେ ଦେଖାଗଲା ହାହାକାର । ପିଇବା ପାଇଁ ପାଣିଠାରୁ ଆରମ୍ଭ କରି ବିଜୁଳି କଷ୍ଟର ଚିତ୍ର ସମଗ୍ର ଦେଶ ବାସୀଙ୍କ ମନକୁ ବିଚଳିତ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଜଣେ ସମାଜସେବୀ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି । ଆଉ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ୫ଟି ଜେନେରେଟର ମଧ୍ୟ ଯୋଗାଇଲେ ଉତ୍ତମ ମଲ୍ଲିକ । ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଉତ୍ତମ ମଲ୍ଲିକ ୫ଲକ୍ଷ ଟଙ୍କାର ଚେକ ଦେବା ସହ ପୂର୍ବରୁ ବାତ୍ୟା ପୀଡିତଙ୍କ ଲାଗି ୫ଟି ଜେନେରେଟର ପଠାଇଥିଲେ । ଏହାସହ ପୂର୍ବରୁ ଉତ୍ତମ ମଲ୍ଲିକ ମାଲକାନଗିରିର ଅନେକ ଉପାନ୍ତ ଗ୍ରାମମାନଙ୍କରେ ରହିଥିବା ଜଳ କଷ୍ଟକୁ ଦୂର କରିବା ସହ ଜନହିତକର କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପୁଣି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଉତ୍ତମ ମଲ୍ଲିକ ନିଜର ମାନବିକତାର ପରିଚୟ ଦେଇ ଏକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.