ETV Bharat / state

ପୋଲିସ-ମାଓବାଦୀ ଗୁଳିବିନିମୟ: ଜଣେ ମାଓବାଦୀ ମୃତ

author img

By

Published : Oct 8, 2019, 2:16 PM IST

ମାଲକାନଗିରି ସୀମାନ୍ତରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । ଜଣେ ମାଓବାଦୀର ମୃତଦେହ ଠାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଛତିଶଗଡ ଓ ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବନିମୟ । ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାର କଟକଲ୍ୟାଣ ଥାନା ଅନ୍ତର୍ଗତ ଦାବା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ଏନକାଉଣ୍ଟର ପରେ ଜଣେ ମାଓବାଦୀର ମୃତଦେହ ଠାବ କରାଯାଇଛି ।

ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ମିଳିବା ପରେ ଡିଆରଜିର ଯବାନ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ଗୁଳି ଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ବର୍ତ୍ତମାନ ଖବର ମୁତାବକ ଜଣେ ମାଓବାଦୀର ମୃତଦେହ ମିଳିଥିବାବେଳେ ଅନେକ ମାଓବାଦୀ ମୃତ ହୋଇଥିବା ଆଶଙ୍କା କରାଯାଉଛି । ଏହାସହ ଯବାନମାନେ ମଧ୍ୟ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣାପଡ଼ିଥିବାବେଳେ ଦନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ କରାଯାଇଛି । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଥିବା ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବନିମୟ । Body: ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାର କଟକଲ୍ୟାଣ ଥାନା ଅନ୍ତର୍ଗତ ଦାବା ଜଙ୍ଗଲରେ ମାଓକେମ୍ପ ଚାଲିଥିବା ସୂଚନା ମିଳିବା ପରେ ଡିଆରଜିର ଜବାନ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଜବାନଙ୍କୁ ଦେଖି ମାଓବାଦୀ ଗୁଲି ଚାଳନା କରିବାରୁ ଜବାନ ମାନେ ପାଲଟା ଆକ୍ରମଣ କରିଥିଲେ । ବର୍ତ୍ତମାନ ଖବର ମୁତାବକ ଜଣେ ମାଓବାଦୀ ର ଶବ ମିଳିଥିବା ବେଳେ ଅନେକ ମାଓବାଦୀ ମୃତ ହୋଇଥିବା ଆଶଙ୍କା କରା ଯାଉଛି । ଏହା ସହ ଜବାନ ମାନେ ମଧ୍ୟ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣାପଡ଼ିଥିବା ବେଳେ ଦାନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଜାଗ କରା ଯାଇଛି । ଏହା ସହ ବର୍ତ୍ତମାନ ମଧ୍ୟ ଘଟଣା ସ୍ତଲରେ ଗୁଳିବିନିମୟ ଜାରି ରହିଥିବା ଜଣାପଡିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.