ETV Bharat / state

ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

author img

By

Published : Nov 6, 2019, 11:03 PM IST

ମାଲକାନଗିରି ସୀମାନ୍ତରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଛତିଶଗଡ ଓ ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ଝିରକା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ତେବେ ଏନକାଉଣ୍ଟର ପରେ ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ଦାନ୍ତେୱାଡା ଜିଲ୍ଲାର ଝିରକା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓ ନେତା ଚନ୍ଦ୍ରନା ମାଓ କମାଣ୍ଡରଙ୍କୁ ନେଇ ମାଓ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହି ସୂଚନା ଆଧାରରେ ଡିଆରଜି ଯବାନ କୁମ୍ବିଂ ଅପରେସନ ଚଳାଇଥିଲେ । ଯବାନଙ୍କ ଆସିବା ଦେଖି ମାଓ କ୍ୟାମ୍ପରେ ନିୟଜିତ ହୋଇଥିବା ସେଣ୍ଟ୍ରି ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ । ତେବେ ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ଲୁଚି ପଲାଇଥିଲେ ମାଓବାଦୀମାନେ ।

ସେପଟେ ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇଥିବା ମାଓ ସଂଗଠନକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଛତିଶଗଡ଼ ସରକାର ଅପରେସନ ଅଲ ଆଉଟ ଆରମ୍ଭ କରିଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ପୁଣି ଗୁଳିବିନିମୟ । Body:ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ଦାନ୍ତେୱାଡା ଜିଲ୍ଲାର ଝିରକା ଜଙ୍ଗଲରେ ଦୁର୍ଦ୍ଧାନ୍ତ ମାଓ ନେତା ଚନ୍ଦ୍ରନା ମାଓ କମାଣ୍ଡର ଙ୍କୁ ନେଇ ମାଓ କେମ୍ପ କରିଥିବା ଗୁଇନ୍ଦା ସୂଚନା ପାଇ ଡିଆରଜି ର ଜବାନ କୁମ୍ବିଙ୍ଗ ଅପରେସନ କୁ ଜୋରଦାର କରିଥିଲେ । ଜବାନଙ୍କ ଆସିବା ଦେଖି ମାଓ କେମ୍ପରେ ନିୟଜିତ ହୋଇଥିବା ସେଣ୍ଟ୍ରି ଗୁଳି ଚାଳନା କରିବାରୁ ଜବାନ ମାନେ ନିଜକୁ ସୁରକ୍ଷିତ ରଖି ପାଲଟା ଗୁଳି ଚାଳନା କରିଥିଲେ । ପ୍ରାୟ ଅଧଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ମାଓନେତା ଚନ୍ଦ୍ରନା ନିଜ ମାଓ କମ୍ରେଡ଼ ଙ୍କୁ ସାଥିରେ ନେଇ ଚାଲି ଯାଇଥିବା ଜଣା ପଡିଥିବା ବେଳେ ଜବାନ ମାନେ ଘଟଣା ସ୍ତଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ସୂଚନା ମୁତାବାକ ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇଥିବା ମାଓ ସଙ୍ଘଠନକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଛତିଶଗଡ଼ ସରକାର ଅପରେସନ ଅଲ ଆଉଟ ଆରମ୍ଭ କରିଥିବା ଜଣା ପଡ଼ିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.