ETV Bharat / state

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ - ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୋଲିସ ତରଫରୁ ଏକ ବ୍ୟାପକ ମଲ୍ଟି ପାର୍ଟି ଅପରେସନ୍ ଆରମ୍ଭ କରାଯାଇଥିଲା । ଅପରେସନ ସମୟରେ ବହୁ ପରିମାଣର ମାଓବାଦୀ ଅସ୍ତ୍ର, ଗୁଳି ଏବଂ ଅନ୍ୟାନ୍ୟ ମାଓବାଦୀ ପୁସ୍ତକ ଜବତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

author img

By

Published : Nov 4, 2020, 4:52 PM IST

ମାଲକାନଗିରି: ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୋଲିସ ଏକ ବ୍ୟାପକ ମଲ୍ଟି ପାର୍ଟି ଅପରେସନ୍ ଆରମ୍ଭ କରିଥିଲା । ଏହି ମିଳିତ ଅପରେସନରେ ଓଡିଶା ପୋଲିସ, ବିଏସଏଫ ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଅପରେସନ୍ ଗୁରାସେଥୁ ବିଏସ୍ଏଫ୍ ଅଂଶଗ୍ରହଣ କରିଥିଲେ । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଉକ୍ତ ଅଞ୍ଚଳରେ ଅପରେସନ୍ ଆରମ୍ଭ କରାଯାଇଥିଲା । ଯାହା ସ୍ୱାଭିମାନ ଅଞ୍ଚଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ପ୍ରମୁଖ ମାଓବାଦୀ ଲୁଚି ରହିଥିବା ସ୍ଥାନ ଏବଂ ଡମ୍ପର ଆବିଷ୍କାର କରାଯାଇଥିଲା ।

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଏହି ଅପରେସନ ସମୟରେ ବହୁ ପରିମାଣର ମାଓବାଦୀ ଅସ୍ତ୍ର, ଗୁଳି ଏବଂ ଅନ୍ୟାନ୍ୟ ମାଓବାଦୀ ପୁସ୍ତକ ଜବତ ହୋଇଛି । ଏଥିରେ ଗୋଟିଏ SLR ରାଇଫଲ୍, ଗୋଟିଏ 303 ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଏହି ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା AOBSZC ର ମାଓବାଦୀ କ୍ୟାଡରଙ୍କର ଥିଲା ଏବଂ ସେମାନେ ନିରୀହ ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୁଦ୍ଧରେ ବ୍ୟବହାର କରୁଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ପୁନରୁଦ୍ଧାର ପରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଚାଲିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

ସେପଟେ ଏହି ଅପରେସନକୁ ନେଇ ଡିଜିପି ଅଭୟ ମଧ୍ୟ ଟ୍ବିଟ ମାଧ୍ୟମରେ ଟିମ ଲିଡିଂ କରୁଥିବା ଏସଓଜିକୁ ଧନ୍ୟବାଦ ଜଣାଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.