ETV Bharat / state

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ - ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି ରାସବେଡ଼ା ପଞ୍ଚାୟତ ତାଗବେଡାରେ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆ ବୋହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Due to no road, Patient taken to hospital by bed in Malkangiri
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ
author img

By

Published : Feb 6, 2021, 7:58 PM IST

ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତର ତାଗବେଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା ନ ଥିବାରୁ ଜଣେ ରୋଗୀଙ୍କୁ ଖଟିଆରେ ବୁହା ହୋଇଛନ୍ତି । ଏଭଳି ଘଟଣା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ତାଗବେଡା ଗ୍ରାମର ହାଡ଼ି ସୀସା (୩୨) ନାମକ ବୃଦ୍ଧା କିଛି ଦିନ ହେବ ଜ୍ବର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ହାଡ଼ିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗ୍ରାମବାସୀମାନେ ତାଙ୍କ ଚିକିତ୍ସା ପାଇଁ ଘଞ୍ଚ ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଦେଇ ପ୍ରାୟ 12 କିଲୋମିଟର ଖଟିଆ ମାଧ୍ୟମରେ ନିକଟସ୍ଥ କୁଡୁମୁଲୁ ଗୁମା ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହିଥିଲେ ।

ତେବେ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.