ETV Bharat / state

ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

author img

By

Published : Apr 14, 2023, 10:14 PM IST

ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ

ambedkar jayanti
ambedkar jayanti

ମାଲକାନଗିରି: ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଓ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଏହି ପରୀପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ- ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ‘ମୁଖ୍ୟମନ୍ତ୍ରୀ ଜବାବ ରଖିବା ଦରକାର, କ୍ଷମା ମାଗନ୍ତୁ ବିଜୟ ପଟ୍ଟନାୟକ’

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଆଧୁନିକ ଭାରତ ଗଠନରେ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଓ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଏକାଧାରରେ ଶିକ୍ଷା, ସଂଘର୍ଷ ତଥା ସଂଗଠନ ଭଳି ସ୍ଲୋଗାନ ପ୍ରବର୍ତ୍ତନ କରି ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପଜିଲ୍ଲାପାଳ ଖେମୁଣ୍ଡୁ କହିଥିଲେ ଯେ, ଏକ ସାଧାରଣ ପରିବାରରେ ଜନ୍ମ ନେଇ ଡକ୍ଟର ଆମ୍ବେଦକର ଅସାଧାରଣ ଜ୍ଞାନ ଓ ଦକ୍ଷତାର ଅଧିକାରୀ ହେବା ସଙ୍ଗେସଙ୍ଗେ ସମଗ୍ର ବିଶ୍ବରେ ଭାରତର ସମ୍ବିଧାନିକ ବ୍ୟବସ୍ଥାକୁ ଶ୍ରେଷ୍ଠତର ମର୍ଯ୍ୟାଦା ପ୍ରଦାନ କରି ପାରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ ବଞ୍ଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍‌ଥାନ ଓ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ଆମକୁ 35 ଲୋକସଭା ସିଟ୍ ଦିଅ, 2025 ପୂର୍ବରୁ ଭାଙ୍ଗିବ ମମତା ସରକାର: ଶାହ

ତେବେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର, ଜିଲ୍ଲା ନିୟୋଜନ ଅଧିକାରୀ, ଉପଜିଲ୍ଲାପାଳ, ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.