ETV Bharat / state

24 ବର୍ଷ ପରେ ବିଦା ହେଲେ ବରିଷ୍ଠ କିରାଣୀ, ଜାଲ ଜାତିଗତ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି - ମାଲକାନଗିରି

ଏସସିବିସିରୁ ଆଦିବାସୀ ହୋଇ କରୁଥିଲେ ଚାକିରି । ଦୀର୍ଘ 24 ବର୍ଷ ପରେ ଏହି ବରିଷ୍ଠ କିରାଣୀଙ୍କୁ ବହିଷ୍କୃତ କଲେ ଜିଲ୍ଲାପାଳ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ଅଧିକ ପଢନ୍ତୁ...

ମିଛ ପ୍ରମାଣପତ୍ର ଦେଖାଇ କରୁଥିଲେ ଚାକିରି, ଦୀର୍ଘ 24 ବର୍ଷ ପରେ ବହିଷ୍କୃତ କଲେ ଜିଲ୍ଲାପାଳ

author img

By

Published : Jan 31, 2021, 9:46 AM IST

ମାଲକାନଗିରି: ଏସସିବିସିରୁ ଆଦିବାସୀ ହୋଇ କରୁଥିଲେ ଚାକିରି । ଦୀର୍ଘ 24 ବର୍ଷ ପରେ ଏହି ବରିଷ୍ଠ କିରାଣୀଙ୍କୁ ବହିଷ୍କୃତ କଲେ ଜିଲ୍ଲାପାଳ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ସୂଚନା ମୁତାବକ, ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା ଜଣେ ଏସସିବିସି ବର୍ଗର ମହିଳା । କିନ୍ତୁ ସେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ବାହା ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ ତହସିଲରୁ ସେ ନିଜର ବି ଆଦିବାସୀ ପ୍ରମାଣ ପତ୍ର ହାସଲ କରିପାରିଥିଲେ। ଶେଷରେ ସେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ପ୍ରମାଣ ପତ୍ର ଦେଖାଇ କିରାଣୀ ଭାବେ ନିଯୁକ୍ତି ପାଇଯାଇଥିଲେ।

ପ୍ରାୟ ୨୪ ବର୍ଷ ଧରି ସେ କନିଷ୍ଠ କିରାଣୀରୁ ଏବେ ବରିଷ୍ଠ କିରାଣୀ ରୂପେ ପଦୋନ୍ନତି ପାଇଥିଲେ । ତେବେ ସେ ଜାଲିଆତି କରି ଆଦିବାସୀ ପ୍ରମାଣ ପତ୍ର ହାସଲ କରିଥିବା ଆରଡିସିଙ୍କ ନିକଟରେ ଅଭିଯୋଗ କରାଯିବା ପରେ, ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଖୋଳତାଡ ଆରମ୍ଭ ହୋଇଥିଲା। ପରେ ଏହା ସତ୍ୟ ପ୍ରମାଣିତ ହେବା ପରେ ମାଲକାନଗିରି ଜିଲ୍ଲାପାଳ, ତାଙ୍କୁ ତୁରନ୍ତ ବହିଷ୍କୃତ କରିବା ସହ ଚାକିରି କାଳରେ ସେ ନେଇଥିବା ସମସ୍ତ ଟଙ୍କାକୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତତ୍କାଳୀନ ଜୁନାଗଡ ତହିସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ କଲେ, ସେନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।

ତେବେ ଦୀର୍ଘ ବର୍ଷ ଧରି ସେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀପ୍ରିୟା ବେହେରାଙ୍କ ପରି ଆଦିବାସୀ ପ୍ରମାଣ ପତ୍ର ନେଇ ବହୁ ଲୋକ ଚାକିରି କରୁଥିଲେ ମଧ୍ୟ ଏଯାବତ୍ ଧରାପଡି ନାହାନ୍ତି। ଏପରିକି ଫର୍ଜି ଶିକ୍ଷାଗତ ପ୍ରମାଣ ପତ୍ର ନେଇ ମଧ୍ୟ ଜିଲ୍ଲାରେ ବହୁ ବିଭାଗରେ ମହିଳା ଓ ପୁରୁଷ କାମ କରୁଛନ୍ତି। ଯାହାର ଖବର ପ୍ରଶାସନ ନିକଟରେ ନାହିଁ। ଏହାର ଖୋଳତାଡ କରାଗଲେ ହୁଏତ ଆହୁରି ଫର୍ଜି ଚାକିରିଆ ଧରାପଡିବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.