ETV Bharat / state

ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିବ ପ୍ରଶାସନ, ମିଳିବ ମୌଳିକ ସୁବିଧା - ବିଛିନ୍ନାଞ୍ଚଳରେ ପ୍ରଜାମେଳି

ଜିଲ୍ଲା ପ୍ରଶାସନର ନଜରରେ ବିଛିନ୍ନାଞ୍ଚଳ । ଯୁଦ୍ଧକାଳୀନ ଭିତ୍ତିରେ ହେବ ଲୋକଙ୍କ ସମସ୍ୟାର ସମାଧାନ । ଜନସେବା ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ନିକଟରେ ପହଞ୍ଚିବ ।

ଫାଇଲ ଫଟୋ
author img

By

Published : Oct 1, 2019, 5:04 PM IST

ମାଲାକାନାଗିରି: ଅଶାନ୍ତ ବିଚ୍ଛିନ୍ନାଞ୍ଚଳକୁ ଶାନ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । କିଛିଦିନ ଧରି ବିଛିନ୍ନାଞ୍ଚଳରେ ଜାରି ରହିଥିବା ପ୍ରଜାମେଳି ଏବଂ ଆନ୍ଦୋଳନକୁ ସ୍ବାଭାବିକ କରି ସ୍ବାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ନେଇଛି ପ୍ରଶାସନ ନିଷ୍ପତି । ଦୀର୍ଘ 6 ଦଶନ୍ଧି ଧରି ଜଳବନ୍ଦୀ ଜୀବନ କାଟୁଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ଅନ୍ତର୍ଗତ 100ରୁ ଉର୍ଦ୍ଧ୍ବ ଗ୍ରାମରେ ବାସ କରୁଥିବା 30ହଜାରରୁ ଉର୍ଦ୍ଧ୍ବ ଆଦିବାସୀଙ୍କ ନିକଟରେ ଚଳିତ ମାସ 3 ତାରିଖରୁ ମାଲକାନଗିରି ପ୍ରଶାସନ ପହଞ୍ଚିବ ।

district-adminstration
ଜିଲ୍ଲାପାଳ ଜାରି କରିଥିବା ଚିଠି

ଯେଉଁ କାମ ବ୍ଲକ କିମ୍ବା ପଞ୍ଚାୟତ ସ୍ତରରେ ହେଉଥିଲା ବର୍ତ୍ତମାନ ତାହା ଜନସେବା ମାଧ୍ୟମରେ ଉକ୍ତ ଗ୍ରାମ ମାନଙ୍କରେ ସମାଧାନ ହେବ । ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ, ବିଦ୍ୟାଳୟ ସମସ୍ୟା , ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସହ ରାସ୍ତାଘାଟ ଭଳି ମୌଳିକ ସମସ୍ୟା ସବୁର ସମାଧାନକୁ ନେଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚିଠି ଜାରି କରିଛନ୍ତି ।

ବିଛିନ୍ନାଞ୍ଚଳର ଥିବା 9ଟି ପଞ୍ଚାୟତରେ ଆସନ୍ତାକାଲି ଠାରୁ ପ୍ରଶାସନ ପହଁଚି ଲୋକଙ୍କ ସମସ୍ୟାକୁ ସୁଧାରିବ । ପ୍ରଶାସନର ଏହି ପଦକ୍ଷେପ ପରେ ଜଳବନ୍ଦୀ ଜୀବନ କାଟୁଥିବା ବିଛିନ୍ନାଞ୍ଚଳବାସୀଙ୍କ ପାଇଁ ଆଗାମୀ ଦିନରେ ଏହା ଅନେକ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଜିଲ୍ଲା ପ୍ରଶାସନର ନଜର ରେ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ । ଯୁଦ୍ଧ କାଳିନ ଭିତ୍ତିରେ ହେବ ଲୋକଙ୍କ ସମସ୍ୟାର ସମାଧାନ ।

Body:ଅଶାନ୍ତ ବିଚ୍ଛିନ୍ନାଞ୍ଚଳକୁ ଶାନ୍ତ କରିବାକୁ ଅଣ୍ଟା ଭିଡ଼ିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । କିଛି ଦିନ ଧରି ବାରମ୍ବାର ପ୍ରଜାମେଳି ଏବଂ ଆନ୍ଦୋଳନ ପରେ ବିଛିନ୍ନାଂଚଳ କୁ ସ୍ୱାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଦୀର୍ଘ 6ଦଶନ୍ଧି ଧରି ଜଳ ବନ୍ଦୀ ଜୀବନ କାଟୁଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳ ଅନ୍ତର୍ଗତ 100ରୁ ଉର୍ଦ୍ଧ ଗ୍ରାମରେ ବାସ କରୁଥିବା 30ହଜାର ରୁ ଉର୍ଦ୍ଧ ଆଦିବାସୀଙ୍କ ନିକଟରେ ଚଳିତ ମାସ 3 ତାରିଖରୁ ମାଲକାନଗିରି ପ୍ରଶାସନ ପହଞ୍ଚିବ । ଯେଉଁ କାମ ବ୍ଲକ କିମ୍ବା ପଞ୍ଚାୟତ ସ୍ତରରେ ହେଉଥିଲା ବର୍ତ୍ତମାନ ତାହା ଜନସେବା ମାଧ୍ୟମରେ ଉକ୍ତ ଗ୍ରାମ ମାନଙ୍କରେ ସମାଧାନ ହେବ । ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତା ଘାଟ, ବିଦ୍ୟାଳୟ ସମସ୍ୟା , ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସହ ରାସ୍ତା ଘାଟ ଭଳି ମୌଳିକ ସମସ୍ୟା ସବୁର ସମାଧାନ କୁ ନେଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏକ ସରକାରୀ ଚିଠି ଜାରି କରିଛନ୍ତି । ବିଛିନ୍ନାଞ୍ଚଳର ଥିବା 9 ଟି ପଞ୍ଚାୟତ ରେ ଆସନ୍ତା କାଲି ଠାରୁ ପ୍ରଶାସନ ପହଁଚି ଲୋକଙ୍କ ସମସ୍ୟା କୁ ସୁଧାରିବ । ପ୍ରଶାସନର ଏହି ପଦକ୍ଷେପ ପରେ ଜଳବନ୍ଧି ଜୀବନ କାଟୁଥିବା ବିଛିନ୍ନାଂଚଳ ବାସିଙ୍କ ପାଇଁ ଆଗାମୀ ଦିନରେ ଏହା ଅନେକ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ଜଣାପଡିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.