ETV Bharat / state

ଡିଜିପି ଅଭୟ କୁମାରଙ୍କ ମାଓ ସମୀକ୍ଷା, ବୁଲିଦେଖିଲେ ଗୋରାସେତୁ ବିଏସଏଫ କ୍ୟାମ୍ପ

author img

By

Published : Nov 8, 2020, 1:29 PM IST

Updated : Nov 8, 2020, 7:03 PM IST

ମାଲକାନଗିରିର ଲାଲଗଡ ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ପହଞ୍ଚିଲେ ଡିଜିପି ଅଭୟ କୁମାର । ସ୍ବାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଲୋକଙ୍କ ସୁରକ୍ଷା ମୁଖ୍ୟଦାୟିତ୍ବ ଏବଂ ଏହି ଅଞ୍ଚଳରେ ଲୋକଙ୍କ ପାଖକୁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ପହଞ୍ଚାଇବା । ଅଧିକ ପଢନ୍ତୁ...

ଲାଲଗଡରେ ଅଭୟ
ଲାଲଗଡରେ ଅଭୟ

ମାଲକାନଗିରି: ଜିଲ୍ଲା ଦିନିକିଆ ଗସ୍ତରେ ଡିଜିପି ଅଭୟ କୁମାର । ପ୍ରଥମେ ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ସେଠାରେ ଲାଲଗଡର ଗୋରାସେତୁ ବିଏସଏଫ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧି ସମୀକ୍ଷା କରିଛନ୍ତି ।

ଲାଲଗଡରେ ଅଭୟ

ଡିଜିପି ଅଭୟ କୁମାର ହେଲିକପ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳରୁ ବାହାରି ମାଲକାନଗିରି ଏମଭି -3 ନମ୍ବର ଠାରେ ଥିବା ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ଅବତରଣ କରିଥିଲେ । ସେ କାର ଯୋଗେପୋଲିସ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇଥିଲେ । କୋରୋନା ସମୟରେ ମାଲକାନଗିରି ପୋଲିସର କାର୍ଯ୍ୟକୁ ସାବାସୀ ଦେବା ସହ ପୁରସ୍କୃତ କରିଥିଲେ । ଏହି ମାଓ ସମୀକ୍ଷାର ମୂଳ ଲକ୍ଷ୍ୟ ଥିଲା ଯେ ସ୍ବାଭିମାନ ଅଞ୍ଚଳରୁ କିଭଳି ଭାବରେ ମାଓ ମୁକ୍ତ କରାଯିବ ଓ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବା । ମାଓବାଦୀଙ୍କୁ କିଭଳି ଦମନ କରାଯିବ ଓ କିଭଳି ଭାବରେ ସ୍ବାଭିମାନ ଅଞ୍ଚଳ ଲୋକଙ୍କୁ ମାଓବାଦୀ ଙ୍କ କବଳରୁ ସୁରକ୍ଷା ଦିଆଯାଇପାରିବ ସେଥି ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ଡିଜିପି ସ୍ବାଭିମାନ ଅଞ୍ଚଳ ବାସୀଙ୍କୁ ପାଠ୍ୟ ଉପକରଣ, ଲୁଗା, କମ୍ବଳ ଓ ପିଲାଙ୍କ ନିମନ୍ତେ ପୋଷାକ ଓ ସ୍କୁଲ ବ୍ୟାଗ ବାଣ୍ଟିଥିଲେ । ଏହାପରେ ବିଏସଏଫ କ୍ୟାମ୍ପ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଥିଲେ । ଏହି ବୈଠକରେ ଡିଜିପି ଅଭୟ କୁମାର, ଆଇଜିପି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଏମ୍ ଏସ ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ କେ, ମାଲକାନଗିରି ଏସପି ଋଷିକେଶ ଖିଲାରୀ, ଏସଡିପିଓ ପ୍ରହଲାଦ ମିନା ପ୍ରମୁଖ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଡିଜିପି କହିଛନ୍ତି ଧୀରେ ଧୀରେ ସ୍ୱାଭିମାନ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଉଥିବା ବେଳେ ନକ୍ସଲଙ୍କ ମନରେ ଭୟ ପଶିଯାଇଛି । ସ୍ବାଭିମାନ ଅଞ୍ଚଳ ବାସୀଙ୍କୁ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି । ସ୍ବାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ସେଠାରେ ରାସ୍ତା, ପାନୀୟ ଜଳର ସୁବିଧା, ଡାକ୍ତରୀ ସୁବିଧା, ଟେଲିକମ୍ ସୁବିଧା ଲୋକ ମାନେ ପାଇଁ ପାରୁଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

Last Updated : Nov 8, 2020, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.