ETV Bharat / state

ମାଲକାନଗିରି ଗସ୍ତରେ ଡିଜିିପି, 30 ପୋଲିସ କର୍ମୀଙ୍କୁ ପଦକ ପ୍ରଦାନ

author img

By

Published : Apr 4, 2021, 3:02 PM IST

Updated : Apr 4, 2021, 7:03 PM IST

ଆଜି ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 30 ଜଣ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ।

ମାଲକାନଗିରିରେ ଡିଜିିପି
ମାଲକାନଗିରିରେ ଡିଜିିପି

ମାଲକାନଗିରି: ଆଜି ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଓ ଦମନରେ ଉନ୍ନତ ପ୍ରର୍ଦଶନ କରିଥିବା 30 ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ।

ମାଲକାନଗିରିରେ ଡିଜିିପି

ଆଜି ହେଲିକପ୍ଟର ଯୋଗେ ମାଲକାନଗିରି ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସଦର ମହକୁମା ସଂସ୍କୃତି ଭବନରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେବା ସହିତ ମାଲକାନଗିରି ଜିଲ୍ଲା ଏସପିଙ୍କ ସମେତ 30 ଜଣ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ତାଙ୍କ ସହିତ ଏଡିଜି ହେଡ କ୍ୱାଟର ଲଳିତ ଦାସ, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅମିତାଭ ଠାକୁର, ଏସଆଇ ଡିଆଇଜି ଅନିରୁଦ୍ଧ ସିଂ, କୋରାପୁଟ ଡିଆଇଜି ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

ଏହାପରେ ନୂତନ ଏସଡିପିଓ ଅଫିସର ଶୁଭ ଉଦଘାଟନ କରିଛନ୍ତି ଡିଜିପି । ମାଓ ଦମନ କ୍ଷେତ୍ରରେ ମାଲକାନଗିରି ପୋଲିସ ଉଲ୍ଲେଖେନୀୟ ଅବଦାନ ରହିଛି । ଆଗକୁ ମାଓ ଦମନ ପାଇଁ ଅପରେସନକୁ ଜୋରଦାର କରାଯିବ । ଏହି କାର୍ଯ୍ୟକ୍ରମ ପୋଲିସ କର୍ମଚାରୀଙ୍କ ଅଧିକ ଉତ୍ସ।ହିତ କରିବ ବୋଲି କହିଛନ୍ତି ଡିଜିପି ଅଭୟ । ଡିଜିପିଙ୍କ ମାଲକାନଗିରି ଗସ୍ତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଓ ସ୍ଥିତି ଅନୁଧ୍ୟାନ କରିବା ଓ ମାଓ ଦମନରେ ଜିଲ୍ଲାରେ ଭଲ କାମ କରିଥିବା ପୋଲିସଙ୍କୁ ପଦକ ପ୍ରଦାନ କରିବା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Apr 4, 2021, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.