ମାଲକାନଗିରି: ଜିଲ୍ଲା ଶେଷ ସୀମା ମୋଟୁରେ ପହଞ୍ଚିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ । ମୋଟୁ ଥାନା ହେଲିପ୍ୟାଡରେ ଡିଜି ଅଭୟ, ଗୁଇନ୍ଦା ବିଭାଗ ମୁଖ୍ୟ ଆର କେ ଶର୍ମା ଓ ପ୍ରବୀଣ କୁମାର ପହଞ୍ଚିଛନ୍ତି ।
ମୋଟୁରେ ପହଞ୍ଚିବା ପରେ ପ୍ରଥମେ ଏମ୍ଭି 88 ରେ ନୂତନ ପହଣ୍ଡିର ଶୁଭ ଉଦଘାଟନ କରିଥିଲେ । ଏବଂ ପରେ ଏମ୍ଭି 88 ବିଏସଏଫ କ୍ୟାମ୍ପରେ ରୁଦ୍ଧ ଦ୍ବାର ବୈଠକ କରିଥିଲେ । ଏହା ସହ ପୋଲିସ ଓ ବିଏସଏଫର ବରିଷ୍ଟ ଅଧିକାରୀଙ୍କ ସହ ମାଓଦମନ ନେଇ ସମୀକ୍ଷା କରି ମୁଖ୍ୟ ପ୍ରବେଶ ପଥ ମୋଟୁରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ।
ଏପଟେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ଉପରେ ପଚାରି ବୁଝିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ସହ କଥା ହୋଇଥିଲେ । ପରେ ମୁଗି ପଏଣ୍ଟ ଠାରେ ବୁଲି ଫୋଟୋ ଉଠାଇଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ