ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ - malkangiri deadbody carry

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗାଁରେ ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବୁହାହେଲା ମୃତଦେହ । ଅଧିକ ପଢନ୍ତୁ...

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ

author img

By

Published : May 22, 2021, 12:42 PM IST

ମାଲକାନଗିରି: ମିଳିଲାନି ମହାପ୍ରୟାଣ ଗାଡି, ପୁଣି ବାଇକରେ ବୁହା ହେଲା ମୃତଦେହ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ କଦମଗୁଡା ଗାଁର ଶୁକ୍ରା ସୀସା । ସେ ହୃଦଘାତରେ ପ୍ରାଣ ହରାଇଥିଲେ ।

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ

ସୂଚନାଯୋଗ୍ୟ, ଶୁକ୍ରା ନିଜ ଚା' ଦୋକାନରେ ଚା' ବିକ୍ରି କରୁଥିବା ସମୟରେ ହଠାତ୍ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ତୁରନ୍ତ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ଶୁକ୍ରାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହ ନେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ମହାପ୍ରୟାଣ ଗାଡି କିମ୍ବା ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ କୌଣସି ଗାଡି ଯୋଗାଇ ନଥିଲେ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ବାଇକ ଯୋଗେ ମୃତଦେହକୁ ଗାଁକୁ ଆଣିଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.