ETV Bharat / state

ଭାଲୁର ଯୌନାଙ୍ଗ ଓ ନଖ କାଟି ନେଲେ ଦୁବୃର୍ତ୍ତ

ପାଣ୍ଡ୍ରାଗୁଡା ଗାଁ ନିକଟରୁ ବନ ବିଭାଗ ଏକ ଭାଲୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଛି । ଗୋବିନ୍ଦପାଲ୍ଲୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ବନବିଭାଗ ଘଟଣାର ତଦନ୍ତ ଚଳାଇଛି।

author img

By

Published : Mar 30, 2019, 10:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଦୁବୃର୍ତ୍ତଙ୍କ ଅମାନବୀୟ କାଣ୍ଡ । ଖଇରିପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡ୍ରାଗୁଡା ଗାଁ ନିକଟରୁ ବନ ବିଭାଗ ଏକ ଭାଲୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଛି । ଦୁବୃର୍ତ୍ତମାନେ ଭାଲୁଟିର ଯୌନାଙ୍ଗ କାଟିବା ସହ ନଖ ଗୁଡିକୁ କାଟି ନେଇଛନ୍ତି ।

ଖବରମୁତାବକ, ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଭାଲୁଟି ଆତଙ୍କ ସୃଷ୍ଟି କରୁଥିବାରୁ ଏଭଳି ହତ୍ୟା କରାଯାଇଥିବା ଆଲୋଚନା କରୁଛନ୍ତି । ତେବେ ଖବର ପାଇ ଗୋବିନ୍ଦପାଲ୍ଲୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛି । ଏଥିସହ ବନବିଭାଗ ଘଟଣାର ତଦନ୍ତ ଚଳାଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.