ETV Bharat / state

ସ୍ଥଳଭାଗ ନ ଛୁଇଁ ‘ଫନି’ ରଚିଲାଣି ତାଣ୍ଡବ

ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଭାବ ଦେଖାଇଲା ସାମୁଦ୍ରିକ ଝଡ ଫନି । ମାଲକାନଗିରିରେ ପବନ ବର୍ଷା । ଗଛ ଉପୁଡି ଭାଙ୍ଗିଲା ଘର ।

author img

By

Published : May 1, 2019, 11:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସ୍ଥଳଭାଗ ଛୁଇଁ ନାହିଁ ବାତ୍ୟା ‘ଫନି’ କିନ୍ତୁ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ଏହାର ପ୍ରଭାବ । ବୁଧବାର ଦୁଇ ପ୍ରହରରୁ ଜିଲ୍ଲାରେ ମେଘୁଆ ପାଗ ରହିବା ସହ ବିଭିନ୍ନ ସ୍ଥାନରେ ସାମନ୍ୟ ବର୍ଷା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାର ଖଇରପୁଟ ବ୍ଲକର କାଲାପାଲ୍ଲୀ ଗ୍ରାମରେ ପବନ ବହିବା ସହ ସାମାନ୍ୟ କ୍ଷୟକ୍ଷତି କରିଛି । ଗ୍ରାମର ଚନ୍ଦ୍ର ମହୁରିଆ ନାମକ ବ୍ୟକ୍ତିଙ୍କ ଘର ଉପରେ ପବନ ଯୋଗୁଁ ଏକ ତେନ୍ତୁଳି ଗଛ ପଡି ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଏହାସହ ଚନ୍ଦ୍ରଙ୍କ ପତ୍ନୀଙ୍କ ମୁଣ୍ଡରେ ଟାଇଲ ପଡିବାରୁ ସେ ଆହତ ହୋଇଛନ୍ତି । ଘର ନିକଟରେ ଥିବା ଗୁହାଳଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯିବାରୁ ଏକ ଛେଳିର ମଧ୍ୟ ମୃତ୍ୟୁ ହୋଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ସ୍ଥଳ ଭାଗ ଛୁହିଁ ନାହିଁ ବାତ୍ୟା ଫନି କିନ୍ତୁ ମାଲକାନଗିରି ଜିଲ୍ଲାରେ ଦେଖାଇଛି ତାହାର ପ୍ରଭାବ । ଆଜି ଦୁଇ ପହରରୁ ଜିଲ୍ଲାରେ ମେଘୁଆ ପାଗ ରହିବା ସହ ବିଭିନ୍ନ ସ୍ଥାନରେ ସାମନ୍ୟ ବର୍ଷା ହୋଇଛି । ଜିଲ୍ଲାର ଖଇରପୁଟ ବ୍ଲକର କାଲାପାଲ୍ଲୀ ଗ୍ରାମରେ ପବନ ହେବା ସହ ସାମାନ୍ୟ କ୍ଷୟକ୍ଷତି କରିଛି । ଗ୍ରାମର ଚନ୍ଦ୍ର ମହୁରିଆ ଙ୍କ ଘର ଉପରେ ପବନ ଯୋଗୁଁ ଏକ ତେନ୍ତୁଳି ଗଛ ପଡି ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯିବା ସହ ଚନ୍ଦ୍ର ଙ୍କ ପତ୍ନୀଙ୍କ ମୁଣ୍ଡରେ ଟାଇଲ ପଡିବାରୁ ସେ ଗୁରୁତର ହୋଇ ପଡିଛନ୍ତି । ଘର ନିକଟରେ ଥିବା ଏକ ଗୁହାଳଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯିବାରୁ ଏକ ଛେଳିର ମୃତ୍ୟୁ ହୋଇଛି।

Sent from my Samsung Galaxy smartphone.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.