ମାଲକାନଗିରି: ପୁଣି ମାଓବାଦୀଙ୍କ ଷଡଯନ୍ତ୍ର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ମୀନପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି 10କେଜି ଓଜନର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ନକ୍ସଲଙ୍କର ଏହି ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହୀନି ।
206 ବାଟାଲିୟନର ସିଆରପିଏଫ କୋବ୍ରା ଜବାନ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନର ସନ୍ଧାନ ପାଇଥିଲେ । ଏହା ପରେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ସହିତ ତାକୁ ନଷ୍ଟ କରିଛନ୍ତି । ଲ୍ୟାଣ୍ଡମାଇନର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେ ଅଞ୍ଚଳ ଥରି ଉଠିଥିଲା ।
ଯଦି ମାଓବାଦୀଙ୍କ ଷଡଯନ୍ତ୍ର ସଫଳ ହୋଇଥାନ୍ତା ତେବେ, ଅନେକ ଯବାନଙ୍କୁ କ୍ଷତି ପହଁଚିଥାନ୍ତା । ଭାଗ୍ୟବଶତଃ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହୀନି । ଯବାନ ମାଓ ଦମନ ଅପରେସେନରେ ଯିବାବେଳେ ଜଙ୍ଗଲ ମଧ୍ୟରେ ଟାର୍ଗେଟ କରି ଯୋଜନା କରିଥିଲେ ମାଓବାଦୀ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ