ETV Bharat / state

ବଣ୍ଡା ଘାଟିରେ କୋରୋନା ସଚେତନ କଲା ପ୍ରଶାସନ ଓ ବ୍ୟାଙ୍କ - ବଣ୍ଡା ଘାଟିରେ କୋରୋନା ସଚେତନତା କଲା ପ୍ରଶାସନ ଓ ବ୍ୟାଙ୍କ

ବଣ୍ଡା ଘାଟିରେ କୋରୋନା ପଜିଟିଭ ଚିହ୍ନଟ ହେବାପରେ ତତ୍ପର ହୋଇଉଠିଛି ପ୍ରଶାସନ । ବଣ୍ଡା ଆଦିବାସୀ ମାନଙ୍କୁ କୋରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ପ୍ରଶାସନ ଓ ବ୍ୟାଙ୍କ । ମାସ୍କ ସାନିଟାଇଜର କୋରୋନାର ଭାଇରସ ବିଷୟରେ ଏହି ଆଦିମ ଅଧିବାସୀଙ୍କୁ ବୁଝାଇଛନ୍ତି । ଅଧିକ ପଢନ୍ତୁ...

covid19 awerness in bonda tribe of malkangiri
ବଣ୍ଡା ଘାଟିରେ କୋରୋନା ସଚେତନତା କଲା ପ୍ରଶାସନ ଓ ବ୍ୟାଙ୍କ
author img

By

Published : May 17, 2021, 3:20 PM IST

ମାଲକାନଗିରି: ବଣ୍ଡା ଘାଟିରେ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ସଚେତନତା ବାର୍ତ୍ତା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଅପହଞ୍ଚ ପାହାଡ଼ି ଅଞ୍ଚଳ ବଣ୍ଡାଘାଟିରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଜିଲ୍ଲା ପ୍ରଶାସନ। ବଣ୍ଡା ଘାଟିରେ 12 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ ଏହାପରେ ପ୍ରଶାସନ ତତ୍ପର ହୋଇଉଠିଛି ।

ବଣ୍ଡା ଘାଟିରେ କୋରୋନା ସଚେତନତା କଲା ପ୍ରଶାସନ ଓ ବ୍ୟାଙ୍କ

ସାରା ଭାରତରେ କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହିଛି । ବଣ୍ଡା ଜନଜାତି ପାଖରେ ପହଞ୍ଚି ନଥିବା ଭାଇରସ କୋରୋନା ଦ୍ବିତୀୟ ଲହରୀରେ ପହଞ୍ଚିଛି ।ଆଦିମ ଅଧିବାସୀ ବଣ୍ଡା ସମ୍ପ୍ରଦାୟର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଘରୋଇ ବ୍ୟାଙ୍କ , ଜିଲ୍ଲା ଓ ବ୍ଲକ ପ୍ରଶାସନର ମିଳିତ ପ୍ରୟାସରେ ବଣ୍ଡାଘାଟିର ଖଇରିପୁଟ ବ୍ଲକର ଗୋଇଗୁଡା, ବାଉଁଶପଡା, ତୁଲାଗୁରୁମ ଆଦି 3 ଟି ଗ୍ରାମରେ ସଚେତନତା କରାଯାଇଥିଲା। ଲୋକଙ୍କୁ ମାସ୍କ ଓ ସାନିଟାଇଯର ବଣ୍ଟନ କରାଯିବା ସହ କୋରୋନା ମହାମାରୀରୁ କିପରି ରକ୍ଷା ପାଇବା ପାଇଁ କଣ କଣ ପଦକ୍ଷେପ ନେବାକୁ ସେ ସବୁ ଗ୍ରାମବାସୀଙ୍କୁ ବୁଝାଯାଇଥିଲା। ଅତି ଜରୁରୀ ନ ହେଲେ ବାହାରକୁ ନ ଯିବା, ଘରେ ବାହାରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଅନ୍ୟ ଠାରୁ 2 ମିଟର ଦୂରତା ରକ୍ଷା କରିବା, କାଶ, ଜ୍ଵର ହେଲେ ଅବହେଳା ନ କରି ଡାକ୍ତରଖାନା ଯିବା ଆଦି ଉପରେ ବଣ୍ଡା ଆଦିମ ଜନଜାତିଙ୍କୁ ବୁଝାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ହୃଦାରଞ୍ଜନ ସାହୁ,ମାଲକାନଗିରି ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ସୌମ୍ୟ ପଟ୍ଟନାୟକ, କାଲିମେଳା ବ୍ୟାଙ୍କ ମ୍ୟାନେଜର ସୁରେଶ କୁମାର ବେଗରାଇ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ। ଏପରି ବଣ୍ଡା ଘାଟି ଦୁର୍ଗମ ଅଞ୍ଚଳରେ ପହଞ୍ଚି ସଚେତନତା ସୃଷ୍ଟି କରିବାରୁ ବ୍ୟାଙ୍କ ଓ ପ୍ରଶାସନରର ଏହି ପ୍ରୟାସକୁ ବୁଦ୍ଧିଜୀବr ପ୍ରଶଂସା କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.