ETV Bharat / state

ମାଓବାଦୀଙ୍କୁ କୋରୋନା ! ସୂଚନା ଦେଲେ ଦନ୍ତେୱାଡା SP - corona reaches mao camp

ଶତାଧିକ ମାଓବାଦୀ କୋରୋନା ସଂକ୍ରମଣ ହୋଇ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛନ୍ତି । ବର୍ତ୍ତମାନ ଆନ୍ଧ୍ର ଷ୍ଟ୍ରେନ ମାଓବାଦୀ ଙ୍କୁ ସଂକ୍ରମିତ କରିଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ..

ମାଓବାଦୀଙ୍କୁ କୋରୋନା , ସୂଚନା ଦେଲେ ଦନ୍ତେୱାଡା SP

author img

By

Published : May 8, 2021, 10:26 PM IST

Updated : May 8, 2021, 10:32 PM IST

ମାଲକାନଗିରି: ମଲାଙ୍ଗିର ଏରିଆ କମିଟି ମାଓ ସଙ୍ଗଠନର ମାଓବାଦୀଙ୍କୁ କୋରୋନା । ଟପ୍‌ ମାଓ ନେତ୍ରୀ ସେଣ୍ଟ୍ରାଲ ଜୋର୍ଣ୍ଣାଲ କମିଟି ସଦସ୍ୟ ସୁଜାତା କୋରୋନାରେ ସଂକ୍ରମିତ ! ତା ନାଁ ରେ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ କିଛି ମାଓବାଦୀ କେରୋନା ପଜିଟିଭ୍ । ଆନ୍ଧ୍ର ଷ୍ଟ୍ରେନ ରେ ଆକ୍ରାନ୍ତ ହୋଇଥିବା ଅନୁମାନ । ସୂଚନା ଦେଇଛନ୍ତି ଦନ୍ତେୱାଡା SP ଅଭିଷେକ ପହ୍ଲବ ।

ମାଓବାଦୀଙ୍କୁ କୋରୋନା ! ସୂଚନା ଦେଲେ ଦନ୍ତେୱାଡା SP

ଦନ୍ତେୱାଡା SP ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଛନ୍ତି । ଆତ୍ମସମର୍ପଣ ନୀତି ଅନୁସାରେ ମାଓବାଦୀଙ୍କୁ ସରେଣ୍ଡର କରିବାକୁ ଆହ୍ବାନ ଦେଇଛନ୍ତି । କୋରୋନା ସଂକ୍ରମିତ ମାଓବାଦୀଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି କହିଛନ୍ତି SP । ଶତାଧିକ ମାଓବାଦୀ କୋରୋନା ସଂକ୍ରମଣ ହୋଇ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛନ୍ତି । ବର୍ତ୍ତମାନ ଆନ୍ଧ୍ର ଷ୍ଟ୍ରେନ ମାଓବାଦୀଙ୍କୁ ସଂକ୍ରମିତ କରିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସେମାନେ ଜଙ୍ଗଲ ମଧ୍ୟରେ ଚିକିତ୍ସା ହେଉଥିବା ନେଇ ପୋଲିସକୁ ସୂଚନା ମିଳିଛି । ଜଣେ ମହିଳା ମାଓବାଦୀ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଫଳରେ କୋରୋନା ସଂକ୍ରମଣ ନେଇ ଏବେ ମାଓଗଡ଼ ରେ ବସବାସ କରୁଥିବା ଆଦିବାସୀଙ୍କ ଚିନ୍ତା ବଢିଛି । କାରଣ ସେହି ଅଞ୍ଚଳରେ ମାଓବାଦୀ ଆଦିବାସୀଙ୍କ ସହ ମିଳାମିଶା ରହିଥାଏ । ତେଣୁ ଗ୍ରାମାଞ୍ଚଳରେ ମଧ୍ୟ ମାଓବାଦୀ ଙ୍କ ପାଇଁ ସଂକ୍ରମଣ ହେବା ଆଶଙ୍କା ରହିଛି ।

ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରି ସେମାନଙ୍କ ଚିକିତ୍ସା କରାନ୍ତୁ । ଯାହା ଚିକିତ୍ସା ଖର୍ଚ୍ଚ ହେବ ସରକାର ତାହା ବହନ କରିବ ବୋଲି ଦନ୍ତେୱାଡା SP ଡ଼ଃ ଅଭିଷେକ ପହ୍ଲବ ଅପିଲ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

Last Updated : May 8, 2021, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.