ETV Bharat / state

ମାଓ ସଂଗଠନରେ କୋରୋନା ସଂକ୍ରମିତ ଖବର, ଖୁଲାସା କଲା ଗିରଫ ଦୁର୍ଦ୍ଦାନ୍ତ ନକ୍ସଲ - ମାଓ ସଂଗଠନ ମୁଖ୍ୟ ଖବର

ମାଓ ସଂଗଠନ ପ୍ରେସ ବିଜ୍ଞପ୍ତିରେ ଗତ କିଛି ଦିନ ତଳେ ମାଓ ସଂଗଠନରେ କାହାକୁ ମଧ୍ୟ କୋରୋନା ଛୁଇଁ ନଥିବା ପ୍ରକାଶ କରିଥିଲେ ମଧ୍ୟ ଏହା ବିଭିନ୍ନ ନକ୍ସଲଙ୍କ ମୃତ୍ୟୁ ଏବଂ ଗିରଫ ପରେ ସ୍ପଷ୍ଟ ହୋଇଯାଇଛି। ତେଲେଙ୍ଗାନାରେ ଜଣେ ହାର୍ଡକୋର ନକ୍ସଲ ଗିରଫ ହେବା ପରେ ନକ୍ସଲ ସଂଗଠନରେ କୋରୋନାକୁ ନେଇ ଆତଙ୍କିତ ତାହା ଜଣାପଡିଛି । ଅଧିକ ପଢନ୍ତୁ...

ମାଓ ସଂଗଠନରେ କୋରୋନା ସଂକ୍ରମିତ ଖବର
ମାଓ ସଂଗଠନରେ କୋରୋନା ସଂକ୍ରମିତ ଖବର
author img

By

Published : Jun 2, 2021, 10:04 PM IST

ମାଲକାନଗିରି: କୋରୋନାର ମହାମାରୀ ସାରା ଦେଶକୁ ଗ୍ରାସ କରିଥିବା ବେଳେ ମାଓ ସଂଗଠନକୁ ମଧ୍ୟ ଏହା କବଳିତ କରିଛି। ମାଓ ସଂଗଠନ ପ୍ରେସ ବିଜ୍ଞପ୍ତିରେ ଗତ କିଛି ଦିନ ତଳେ ମାଓ ସଂଗଠନରେ କାହାକୁ ମଧ୍ୟ କୋରୋନା ଛୁଇଁ ନଥିବା ପ୍ରକାଶ କରିଥିଲେ ମଧ୍ୟ ଏହା ବିଭିନ୍ନ ନକ୍ସଲଙ୍କ ମୃତ୍ୟୁ ଏବଂ ଗିରଫ ପରେ ସ୍ପଷ୍ଟ ହୋଇଯାଇଛି। ଏହି କ୍ରମରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ଜଣେ ହାର୍ଡକୋର ନକ୍ସଲ ଗିରଫ ହେବା ପରେ ସଂଗଠନରେ ଏବେ ନକ୍ସଲ କେତେ ଆତଙ୍କିତ ତାହା ଜଣାପଡିଛି ।

ମାଓ ସଂଗଠନରେ କୋରୋନା ସଂକ୍ରମିତ ଖବର
ମାଓ ସଂଗଠନରେ କୋରୋନା ସଂକ୍ରମିତ ଖବର

ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ କୋରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିବା ବେଳେ ଗାଡି ଗୁଡିକକୁ ଯାଞ୍ଚ କରାଯାଉଛି। ଏହି ସମୟରେ ତିନି ଜଣ ସଂନ୍ଦିଗ୍ଧ ନକ୍ସଲକୁ ଗିରଫ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଟେକନିକାଲ ଟିମର ମୁଖ୍ୟ ସୋବରାୟଙ୍କୁ ଗିରଫ କରାଯାଇଛି। କୋତାଗୁଡେମ ଏସପି ସୁନୀଲ ଦତ୍ତଙ୍କ କହିବା ଅନୁଯାୟୀ ସୋବରାୟଙ୍କୁ କୋରୋନା ସଂକ୍ରମଣ କରିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋବରାୟ ଗିରଫ ହେବା ପରେ ସଂଗଠନର ବଡ ବଡ ନେତାଙ୍କୁ ମଧ୍ୟ ଏବେ କୋରୋନା ସଂକ୍ରମିତ କରିଥିବା ଜଣାପଡିଛି। ଗତ କିଛି ଦିନ ତଳେ ମାଓ ସଂଗଠନର ୩ ଜଣ ବଡ ବଡ ନେତାଙ୍କର ମୃତ୍ୟୁ ହେବା ପରେ ଏନେଇ ପୋଲିସ ସୂଚନା ଦେବା ପରେ ପୋଲିସ ମିଥ୍ୟା ରିପୋର୍ଟ ଦେଉଥିବା ସଂଗଠନ କହିଥିଲା। କିନ୍ତୁ ନକ୍ସଲମାନେ ଗିରଫ ହେବା ପରେ ସଂଗଠନରେ କିପରି ନକ୍ସଲମାନେ ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି ସେସବୁ ବଖାଣିଥିଲେ।

ପୋଲିସ ଏବେ ଏହି ତିନି ଜଣ ନକ୍ସଲକୁ ଧରି ପଚରାଉଚରା କରୁଛି। ସୋବରାୟ ସୁସ୍ଥ ହେବା ପରେ ବହୁ ଭିତିରି କଥା ପଦାକୁ ଆସିବ ବୋଲି ପୁଲିସ କହିଛି। ସଂଗଠନ ଛାଡି ଏବେ ନକ୍ସଲ ପଳାୟନ କରୁଛନ୍ତି। କିନ୍ତୁ ମାଓ ସଂଗଠନ ଏହାକୁ ଭୁଲ ବୋଲି କହିବା ସହ ଲୋକଙ୍କୁ ପୁଲିସ ଭ୍ରାନ୍ତ ରିପୋର୍ଟ ପ୍ରଦାନ କରି ମାଓବାଦୀ ପାର୍ଟିକୁ ବଦନାମ କରୁଥିବା ଛତିଶଗଡର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଭିଜନର ନେତାମାନେ ପ୍ରକାଶ କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.