ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ସାମ୍ନାରେ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କଂଗ୍ରେସର ରାଲି ଚାଲିଥିବାବେଳେ କର୍ମୀ ମାନଙ୍କ ଉନ୍ମତକାଣ୍ଡ । ଥାନା ଗେଟ ତାଡି ଧସେଇ ପଶିବା ସହିତ ଥାନା ଗାଡି ଭଙ୍ଗାରୁଜା କରିଛନ୍ତି ।
କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ବରେ ଚାଲିଥିଲା ବୈଠକ । ଶହ ଶହ ଆଦିବାସୀ ଲୋକ ଓ କଂଗ୍ରେସ କର୍ମୀ ମାନେ ଥାନାରେ ଭଙ୍ଗାରୁଜା କରିବା ସହ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସକୁ ଡରାଇଥିଲେ । ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପୋଲିସର ଆଦିବାସୀଙ୍କ ଜୁଲମ ଉପରେ ଚାଲିଥିଲା ଆନ୍ଦୋଳନ ଉପରେ କଂଗ୍ରେସର ଏହି ବିରୋଧ କରିଥିଲା ।
ଇଟିଭି ଭାରତ, ମାଲକାନଗିରି