ETV Bharat / state

ତତ୍କାଳୀନ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ମାଲକାନଗିରରେ କଂଗ୍ରେସର ଗର୍ଜନ । ତତ୍କାଳୀନ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା କଂଗ୍ରେସର ଦାବି । ଅଧିକ ପଢନ୍ତୁ...

author img

By

Published : Nov 29, 2020, 5:12 PM IST

ତତ୍କାଳୀନ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ
ତତ୍କାଳୀନ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ମାଲକାନଗିରି: ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏଥିରୁ ଉଭୟଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପ୍ରଦୀପ ପ୍ରକାଶ କରିଛନ୍ତି । ଏହାସହ ଉଭୟଙ୍କ ବିରୁଦ୍ଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ସୂଚନାଯୋଗ୍ୟ, ଅତିରିକ୍ତି ଯୋଗାଣ ଅଧିକାରୀ ମନୀଷ ଅଗ୍ରଓ୍ବାଲଙ୍କ କଲେକ୍ସନ ଏଜେଣ୍ଟ ଭାବେ କାମ କରୁଥିଲେ । ଦୁଇଜଣ ଅଧିକାରୀ ମାଲକାନାଗିର ଜିଲ୍ଲାରୁ ବିପୁଳ ଅର୍ଥ ବେଆଇନ ଭାବେ ସଂଗ୍ରହ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏକ ଅଡିଓ ଟେପରେ ଏସିଏସଓ ପ୍ରଧାନ ଟଙ୍କା ମାଗିବା ଘଟଣା ଭାଇରାଲ ହେବାପରେ ଜିଲ୍ଲାରେ ତୁମ୍ବିତୋଫାନ ହୋଇଥିଲା । ପୁଣି ଗତବର୍ଷ ମଣ୍ଡିରେ ହୋଇଥିବା ଦୁର୍ନୀତି ଓ ଦଲାଲଗିରିକୁ ନେଇ ଥାନା ମଧ୍ୟ ଏତଲା ଦିଆଯାଇଥିଲା ଏବଂ ଏତଲାକୁ ଭିତ୍ତି କରି 3 ଜଣ ଦଲଲାକୁ ଗିରଫ କରାଯାଇଥିଲା । ଏଣୁ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଏହାସହ ଜିଲ୍ଲାରେ ସ୍ବଚ୍ଛ ଭାରତ ମିଶନରେ 141 କୋଟିର ଦୁର୍ନୀତି ଓ ଶିକ୍ଷା ବିଭାଗରେ ହୋଇଥିଲା ଦୁର୍ନୀତି ବିରୁଦ୍ଧରେ ମଧ୍ୟ କଂଗ୍ରେସ ଗର୍ଜନ କରିଛି ।

ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏକ ଟିମ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ବିଭିନ୍ନ ବିଭାଗରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଲିଖିତ ଅଭିଯୋଗ ଦେବା ସହ ଏହାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି । ନଚେତ୍ ଜିଲ୍ଲାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଧମକ ଦେଇଛି କଂଗ୍ରେସ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.