ETV Bharat / state

ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ଜାଲ BPL କାର୍ଡ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ - malkangiri deputy collector

ବିପିଏଲ କାର୍ଡ ଦୁର୍ନୀତି । ଉପ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ । ମାଲକାନଗିରି ଉପ ଜିଲ୍ଲାପାଳ ଲଲିତ ମଣ୍ଡଳଙ୍କ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ ରହିଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ଉପ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ, କାର୍ଯ୍ୟାନୁଷ୍ଠାନ ଦାବି କଲା ଜିଲ୍ଲା କଂଗ୍ରେସ

author img

By

Published : Aug 24, 2022, 1:17 PM IST

Updated : Aug 24, 2022, 2:34 PM IST

ମାଲକାନଗିରି: ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ । କଥାଟି ଆଦୌ ହଜମ ହେଉନାହିଁ । ଜଣେ ସରକାରୀ ଅଧିକାରୀଙ୍କ ପତ୍ନୀଙ୍କ ନାମରେ କିପରି ବିପିଏଲ କାର୍ଡ ହୋଇପାରିବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମାଲକାନଗିରି ସହକାରୀ ଜିଲ୍ଲାପାଳ ଲଲିତ ମଣ୍ଡଳଙ୍କ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ ରହିଥିବା ଅଭିଯୋଗ ହୋଇଛି । ତେବେ ଏହା କିପରି ସମ୍ଭବ ହେଲା ମନରେ ଅନେକ ପ୍ରଶ୍ନ ଉଠୁଥିବ । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ସହକାରୀ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଉପ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ

ଜାଲିଆତି କରି ମ୍ୟୁନିସିପାଲଟିରେ ଜାଗା ମିଶନ ଜରିଆରେ ନିଜ ପତ୍ନୀଙ୍କ ନାମରେ ଜାଗା ପଟ୍ଟା କରାଇଛନ୍ତି । ଜିଲ୍ଲାପାଳ ବିପିଏଲ୍‌ କାର୍ଡ ସମ୍ପର୍କରେ ଅବଗତ ନଥିବା କଥା କହିଥିଲେ । ଘଟଣାରେ ଜିଲ୍ଲା କଂଗ୍ରେସର ସଭାପତିଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି କଂଗ୍ରେସର ଏକ ଟିମ୍ । ଏହି ଦାବିପତ୍ର ପତ୍ରରେ ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ ନାମରେ କିଭଳି ବିପିଏଲ କାର୍ଡ କରାଗଲା ଏବଂ ଏହି ଜାଲିଆତି ଘଟଣାରେ କେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ।

ଏହା ବି ପଢନ୍ତୁ...ସହକାରୀ ଜିଲ୍ଲାପାଳ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ ଅଭିଯୋଗ

ବିଶେଷ କରି ମାଲକାନଗିରି ଜିଲ୍ଲା ପୌର ପରିଷଦରେ ଦୀର୍ଘ ଦିନ ହେବ ବସବାସ କରୁଥିବା ଲୋକମାନେ ପଟ୍ଟା ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଶାସନ ବର୍ତ୍ତମାନ ସୁଦ୍ଧା ତାଙ୍କ ସମସ୍ୟା ସମାଧାନ କରିନାହିଁ ଯାହା ଦୁର୍ଭାଗ୍ୟର ବିଷୟ । ସାଧାରଣ ଲୋକ ପଟ୍ଟା ପାଇନଥିବାବେଳେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳ ଚଞ୍ଚକତା କରି ବିପିଏଲ ଓ ରାସନ କାର୍ଡ ପତ୍ନୀଙ୍କ ନାମରେ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲା କଂଗ୍ରେସ କମିଟି ଦାବି କରିଛି । ଏହା ସହିତ ଜିଲ୍ଲା ସଦର ମହକୁମା ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଚିହ୍ନଟ କରି ସରକାରଙ୍କ ନିୟମ ଅନୁସାରେ ବିପିଏଲ କାର୍ଡ, ରାସନ କାର୍ଡ ଓ ଘରଡିହ ପଟ୍ଟା ପ୍ରଦାନ ପାଇଁ ଦାବି ହୋଇଛି । ଯଦି ସହକାରୀ ଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Aug 24, 2022, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.