ETV Bharat / state

ଜିଲ୍ଲାପାଳଙ୍କ ବଦଳି ପରେ ଉତ୍ସବ ପାଳିଲା କଂଗ୍ରେସ - congress celebrate for malkangiri collector

ଗତକାଲି ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି ହୋଇଛି । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉତ୍ସବ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ...

ଜିଲ୍ଲାପାଳଙ୍କ ବଦଳି ନେଇ ଉତ୍ସବ ପାଳିଲା କଂଗ୍ରେସ

author img

By

Published : Jun 28, 2021, 10:35 PM IST

ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି ହୋଇଛି । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉତ୍ସବ ପାଳନ କରାଯାଇଛି । ଗତ ମାର୍ଚ୍ଚ ମାସରେ ଜିଲ୍ଲାପାଳ ମାଲକାନଗିରି ଜିଲ୍ଲାରେ ପଥର ଖଣି ଟେଣ୍ଡର ଫିକ୍ସିଂ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିପାଇଁ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ ବିଜୟଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଜିଲ୍ଲାପାଳଙ୍କ ବଦଳି ନେଇ ଉତ୍ସବ ପାଳିଲା କଂଗ୍ରେସ

ପଥର ଖଣି ଟେଣ୍ଡର ଫିକ୍ସିଂ ଗତ ମାର୍ଚ୍ଚ ମାସରେ ମଧ୍ୟ ଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି ୭ ଟି ପଥର ଖଣି ବେଣୁ ଗୋପାଳଙ୍କୁ ଦେଇଛନ୍ତି । ଏଭଳି ସାଂଘାତିକ ଅଭିଯୋଗ କରିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା । ଯାହାର ଫଳ ସ୍ବରୂପ ମାଲକାନଗିରି ଜିଲ୍ଲାପାଳ ଡଃ ୱାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲାପାଳ ପଦରୁ ବଦଳି କରାଯାଇଥିବା କଥା କୁହାଯାଉଛି । ଜିଲ୍ଲାପାଳଙ୍କ ବଦଳି ପରେ କଂଗ୍ରେସ ଦଳ ଏହି ବଦଳି ସମର୍ଥନ କରି ବାଣ ଫୁଟାଇ ଉତ୍ସବ ପାଳିଛି ।

ଖାଲି ସେତିକି ନୁହେଁ ଜିଲ୍ଲାପାଳଙ୍କ ଗାଡ଼ି ଜବତ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । କେବଳ ଦଣ୍ଡ ତାଙ୍କ ପାଇଁ ଉପଯୁକ୍ତ ଦଣ୍ଡ ନୁହେଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.