ETV Bharat / state

Malkangiri Bandh: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜୀବନଯାତ୍ରା ପ୍ରଭାବିତ

author img

By

Published : Jul 14, 2023, 11:16 AM IST

Updated : Jul 14, 2023, 1:39 PM IST

ଆଜି ମାଲକାନଗିରି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ । ଅଧିକ ପଢନ୍ତୁ

ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମାଲକାନଗିରି: କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ବନ୍ଦ ପାଳନ କରୁଛି । ଏଥିପାଇଁ ଆଜି ସକାଳୁ ମାଲକାନଗିରି ଜିଲ୍ଲାରେ ସବୁ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ଠପ୍ ରହିଛି । ଯେଉଁ କାରଣରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ୭ଟି ଯାକ ବ୍ଲକ ସହ ବାଲିମେଳା ଏନଏସି ଓ ମାଲକାନଗିରି ମ୍ୟୁନିସିପାଲିଟିର କଂଗ୍ରେସ କର୍ମୀମାନେ ବିଭିନ୍ନ ଜାଗାରେ ପକେଟିଂ କରୁଥିବା ଦେଖିବାକୁ ମିଳିଛି ।

ସମଗ୍ର ଜିଲ୍ଲାରେ ବନ୍ଦ ପ୍ରଭାବ ଦେଖାଯାଇଛି । ଜିଲ୍ଲାର ପ୍ରବେଶ ପଥ ଗୋବିନ୍ଦପାଲ୍ଲି ଠାରୁ ଆରମ୍ଭ କରି ମୋଟୁ ଯାଏଁ ୧୨୬ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡି ଛିଡା ହୋଇରହିଛି । ସମଗ୍ର ଜିଲ୍ଲାରେ ଚକ ଅଖ ସହିତ ସବୁ ଦୋକାନ ବଜାର ବନ୍ଦ ରହିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ୨୦୧୮ରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୩୦୦ ଶଯ୍ୟା ଘୋଷଣା କରି ନାମକୁ ମାତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ଟି ଡାଇଲେସିସ ମେସିନ ଜାଗାରେ ମାତ୍ର ୬ଟି ମେସିନ କାର୍ଯ୍ୟ କରୁଛି । ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଦଳ ଦାବି କରିଛି ।

ଏହାମଧ୍ୟ ପଢନ୍ତୁ: ବେକାରୀ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ 7 ଦିନର ମହଲତ ଦେଲା ଛାତ୍ର କଂଗ୍ରେସ

ଏହାମଧ୍ୟ ପଢନ୍ତୁ: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ କରିବ ରଥଯାତ୍ରା

କଂଗ୍ରେସର ଦାବି ଗୁଡିକ ହେଉଛି, ମାଲକାନଗିରି ଜିଲ୍ଲାରେ ଡାକ୍ତର ପଦବୀ ପୂରଣ, ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କ ପାଇଁ ୨୦ଟି ଡାଇଲୋସିସ୍ ମେସିନ ଯୋଗାଇବା, ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ୍ ରକ୍ତ ସଂଗ୍ରହ ମେସିନ, ଜିଲ୍ଲା ଭିତ୍ତିକ ନିଯୁକ୍ତି, ବିଇଡି କଲେଜ ତୁରନ୍ତ କାର୍ଯ୍ୟକ୍ଷମ କରିବା । ଏହାସହିତ ଟାଟା ପାୱାରର ମନମୁଖୀ ବିଲ୍ ଆଦାୟକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି । ଟାଟା ପାୱାର ଗରିବ ମାରଣ ନୀତି ଆପଣାଇ ଲୋକଙ୍କ ଠାରୁ ଅଧିକ ବିଲ୍ ସଂଗ୍ରହ କରୁଥିବା ଅଭିଯୋଗ କରିବା ସହ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ବନ୍ଦ ପାଳନ କରୁଛି । ତେବେ ମାଲକାନଗିରିବାସୀ ଏହି ବନ୍ଦ ଡାକରାକୁ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ ଦେଇଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 14, 2023, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.