ETV Bharat / state

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସହାୟକଙ୍କ ପତ୍ନୀ - PA's wife writes letter to cm

ଜିଲ୍ଲାପାଳ ପିଏଙ୍କ ମୃତ୍ୟୁ ଘଟଣାକୁ ବର୍ଷେ ପୂରିଥିବାବେଳେ ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସହାୟକଙ୍କ ପତ୍ନୀ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା
ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା
author img

By

Published : Dec 31, 2020, 12:04 PM IST

ମାଲକାନଗିରି: ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ପୂରିଛି ଏକ ବର୍ଷ । ହେଲେ ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ । ସେପଟେ ଘଟଣାର ତୁରନ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସ୍ବର୍ଗତ ପିଏଙ୍କ ପତ୍ନୀ ବନଜା ପଣ୍ଡା ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସହାୟକଙ୍କ ପତ୍ନୀ

ନ୍ୟାୟ ପାଇଁ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେବା ପରେ ବି କୌଣସି ସୁଫଳ ମିଳୁନଥିବାରୁ ସେ ଶେଷରେ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡିଛି । ସୂଚନାଥାଉକି, ଗତ ବର୍ଷ ଡିସେମ୍ବର 27 ତାରିଖରେ ଦେବ ନାରାୟଣ ପଣ୍ଡା ନିଜ କାର୍ଯ୍ୟାଳୟରୁ ନିଖୋଜ ହୋଇଯାଇଥିଲେ । ତାପର ଦିନ ସତୀଗୁଡା ଜଳଭଣ୍ଡାରରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା

ଏହି ଘଟଣାରେ ବନଜା ସିଧାସଳଖ ଜିଲ୍ଲାପାଳଙ୍କ ସମେତ ଅନ୍ୟ ତିନି ଜଣ ସହ କର୍ମଚାରୀ ତାଙ୍କୁ ହତ୍ୟା କରି ଜଳଭଣ୍ଡାରରେ ଫିଙ୍ଗିଥିବା ଅଭିଯୋଗ ଆସୁଛନ୍ତି । ଜିଲ୍ଲାପାଳ ଦୁର୍ନୀତିଖୋର ଥିଲେ, ଆଉ ତାଙ୍କ ସ୍ବାମୀ ଏ ସମ୍ପର୍କରେ ଜାଣିଥିଲେ । ସେ ଦୁର୍ନୀତି ସମ୍ପର୍କରେ ବାହାରେ ପ୍ରକାଶ କରିଦେବା ଭୟରେ ତାଙ୍କୁ ହତ୍ୟା କରାଯାଇଥିବା ବନଜା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ପୋଲିସ ମଧ୍ୟ ଏହି ଘଟଣାରେ ଜିଲ୍ଲାପାଳଙ୍କୁ ଘଣ୍ଟ ଘଡାଉଥିବା କହିବା ସହ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି ବନଜା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.