ETV Bharat / state

ମାଲକାନଗିରି ଗସ୍ତରେ ନବୀନ, ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାର ହେବ ଶୁଭାରମ୍ଭ - cm naveen pattnaik visit

ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ । ଅଧିକ ପଢନ୍ତୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
author img

By

Published : Aug 20, 2021, 6:57 AM IST

Updated : Aug 20, 2021, 9:06 AM IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ମାଲକାନଗିରି ଜିଲ୍ଲା । ଦିନିକିଆ ଗସ୍ତରେ ଆସି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ଼ର ଦ୍ଵିତୀୟ ଲହର ପରେ ପ୍ରଥମ ଥର ଆଜି ଜିଲ୍ଲା ଗସ୍ତ କରୁଛନ୍ତି ନବୀନ। ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ, ଉଦଘାଟନ ଓ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟଜଳ, ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତି ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ଏନେଇ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ତେବେ ଏହି ଗସ୍ତରେ ନିର୍ବାଚନ ଲାଗି ଏକପ୍ରକାର ପ୍ରଚାର ଆରମ୍ଭ କରିବ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2021, 9:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.