ETV Bharat / state

ମାଲକାନଗିରିରେ ୪୯ ରୂପାନ୍ତରିତ ସ୍କୁଲର ଲୋକାର୍ପଣ

author img

By

Published : May 9, 2023, 7:54 AM IST

ଫାଇଭ-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୪୯ ରୂପାନ୍ତରିତ ସ୍କୁଲ୍‌ର ହେଲା ଲୋକାର୍ପଣ । ଅଧିକ ପଢନ୍ତୁ

ମାଲକାନଗିରିରେ ୪୯ ରୂପାନ୍ତରିତ ସ୍କୁଲର ଲୋକାର୍ପଣ
ମାଲକାନଗିରିରେ ୪୯ ରୂପାନ୍ତରିତ ସ୍କୁଲର ଲୋକାର୍ପଣ
୪୯ ରୂପାନ୍ତରିତ ସ୍କୁଲର ଲୋକାର୍ପଣ

ମାଲକାନଗିରି: ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ମୋଟ ୪୯ଟି ବିଦ୍ୟାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ତେବେ ପୁଣି ଜିଲ୍ଲାର ୪୯ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିବା ବେଳେ ଏହା ପିଲାଙ୍କୁ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି ।

ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ମଧ୍ୟରେ ମାଲକାନଗିରି ବ୍ଲକର ୭ଟି, ମାଲକାନଗିରି ପୌରାଞ୍ଚଳରେ ଗୋଟିଏ, ବାଲିମେଳା ବିଜ୍ଞପିତ ପରିଷଦର ଅଞ୍ଚଳରେ ଗୋଟିଏ, ଖଇରପୁଟ ବ୍ଲକର ୬ଟି, କୋରୁକୋଣ୍ଡା ବ୍ଲକର ୪ଟି, ଚିତ୍ରକୋଣ୍ଡା ବ୍ଲକର ୬ଟି, ମାଥିଲି ବ୍ଲକର ୮ଟି, କାଲିମେଳା ବ୍ଲକର ୧୦ଟି ଓ ପଡିଆ ବ୍ଲକର ୬ଟି ବିଦ୍ୟାଳୟ ସ୍ଥାପନ ପାଇଛି । ମାଲକାନଗିରି ଗାନ୍ଧିପାଲ୍ଲୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଗୁଡିକର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ୫ଟି ସଚିବ ବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ରାୟଙ୍କ ସହ କଥା ମଧ୍ୟ ହୋଇଥିଲେ । ସେ ଛାତ୍ରୀଙ୍କୁ ଭବିଷ୍ୟତରେ କ'ଣ ହେବାକୁ ଆଶା ରଖିଛ ବୋଲି ପଚାରିଥିଲେ । ଛାତ୍ରୀ ଜଣଙ୍କ ଭବିଷ୍ୟତରେ ଡାକ୍ତର ହେବାକୁ ଚାହୁଁଥିବା କହିଥିଲେ । ଏହାସହ ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ରାଜ୍ୟ ସରକାର ଏହିପରି ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗାଇ ଥିବାରୁ ଛାତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ: Power Outage Issue: ରାଜ୍ୟପାଳଙ୍କ ରିପୋର୍ଟ ତଲବ, ୭ଦିନରେ ଉତ୍ତର ଦେବେ ରାଜ୍ୟ ସରକାର

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ବତନ୍ନ ଉନ୍ନୟନ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖଙ୍କ ସହ ବହୁ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: ଗଛ ତଳେ ଛିଡା ହୋଇଥିବା ବେଳେ ଖସିଲା ମୃତ୍ୟୁ: ଜଣେ ମୃତ, ୨ ଗୁରୁତର

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.