ETV Bharat / state

Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ - ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ଦନ୍ତେୱାଡା ଜିଲ୍ଲା ପୋଲିସ ପରେଡ ଗ୍ରାଉଣ୍ଡରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଅଧିକ ପଢନ୍ତୁ

Dantewada Naxalite Attack
Dantewada Naxalite Attack
author img

By

Published : Apr 27, 2023, 11:08 AM IST

Updated : Apr 27, 2023, 3:28 PM IST

Dantewada Naxalite Attack
Dantewada Naxalite Attack

ମାଲକାନଗିରି: ଦନ୍ତେୱାଡାରେ ମାଓ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି (ଗୁରୁବାର) ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ବାଘେଲ ଦନ୍ତେୱାଡା ପୋଲିସ ପେରେଡ ଗ୍ରାଉଣ୍ଡ ଠାରେ ପହଞ୍ଚି ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶହୀଦଙ୍କୁ ଗାର୍ଡ ଅଫ୍ ଅନର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ, ସାଂସଦ ଦୀପକ ବୈଜ, ଫୁଲଦେବୀ ନେତାମ ଓ ଡିଜିପି ଅଶୋକ ଜୁନେଜା ମଧ୍ୟ ପୋଲିସ ପଡିଆରେ ଶହୀଦଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଏହି ସମୟରେ ବାଘେଲ ଶହୀଦଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି । ଆଉ କିଛି ସମୟ ମଧ୍ୟରେ ୧୦ ଶହୀଦ ଯବନଙ୍କ ପାର୍ଥିବ ଶରୀର ସେମାନଙ୍କ ପୈତୃକ ଗ୍ରାମ ଅଭିମୁଖେ ନିଆଯିବ ।

ଶହୀଦ ଯବାନଙ୍କ ପରିବାର ବର୍ଗ ମଧ୍ୟ ପୋଲିସ ପଡିଆ ଠାରେ ଉପସ୍ଥିତ ଅଛନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ପୁଅକୁ ହରାଇ ମାଆ କାନ୍ଦି କାନ୍ଦି ତଳେ ଲୋଟି ପଡୁଥିବାବେଳେ ସ୍ବାମୀକୁ ହରାଇ ପତ୍ନୀ ମୁକ ପାଲଟି ଯାଇଛି । ଦନ୍ତେୱାଡା ପୋଲିସ ପକ୍ଷରୁ ଶଦୀଦଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦିଆଯାଉଛି । ଗତକାଲି ରାତିରେ ଶହୀଦ ଯବାନମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଦନ୍ତେୱାଡା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ଆଜି ସକାଳେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପେରେଡ ଗ୍ରାଉଣ୍ଡକୁ ଅଣାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍ କରି ଦନ୍ତେୱାଡା ମାଓବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତକାଲି ଦନ୍ତେୱାଡା ଆରନପୁର ଅଞ୍ଚଳରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଆଇଡି ବିସ୍ଫୋରଣର ଶିକାର ହୋଇଥିଲା । ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜିଥିଲେ । ଫଳରେ ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ସେହି ବାଟ ଦେଇ ଯାଉଥିବା ଉକ୍ତ ଗାଡି ବିସ୍ଫୋରଣରେ ଉଡି ଯାଇଥିଲା । ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ କାଳିଆଗଞ୍ଜରେ ପୋଲିସକୁ ମରଣାନ୍ତକ ଆକ୍ରମଣ ! ଭାଇରାଲ ହେଉଛି ଭିଡିଓ

ଇଟିଭି ଭାରତ, ମାଲକାନଗିରି

Last Updated : Apr 27, 2023, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.