ETV Bharat / state

ସ୍ବାଭିମାନ ଅଞ୍ଚଳର ଶିଶୁ ଖାଉଛି ପଚା ଅଣ୍ଡା, ପୋକରା ଚାଉଳ - food

ସାମ୍ନାକୁ ଆସିଲା ଅଙ୍ଗନବାଡ଼ି ଦିଦିଙ୍କ ଦାଦାଗିରିର ଚିତ୍ର । ପଦାରେ ପଡିଲା ସରକାରଙ୍କ ପାରିବା ପଣିଆ । ଦେଖନ୍ତୁ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଇଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 19, 2019, 7:47 PM IST

ମାଲକାନଗିରି: ଜିଲ୍ଲାର ବିଛିନ୍ନାଞ୍ଚଳକୁ ସରକାର ନୂଆ ନାଁ ଦେଲେ ‘ସ୍ବାଭିମାନ ଅଞ୍ଚଳ’ । ହେଲେ ସ୍ଥାନୀୟ ଲୋକଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଏପରିକି ଅଙ୍ଗନବାଡ଼ି କେନ୍ଦ୍ରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟ ଟିକକ ପାଉନାହିଁ ସ୍ବାଭିମାନ ଅଞ୍ଚଳର ଶିଶୁ । ସରକାର ତ ଯୋଗାଉଛନ୍ତି ହେଲେ ଦେବାରେ ଅବହେଳା କରୁଛନ୍ତି ଅଙ୍ଗନବାଡ଼ି ଦିଦି । ମୁହଁଖୋଲି କହିଲେ ନକ୍ସଲଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି । ଚିତ୍ରକୋଣ୍ଡା ବ୍ଲକ ବଡ଼ପଡ଼ା ପଞ୍ଚାୟତର ବାଲିଗୁମ୍ମା ଗାଁରେ ଏଭଲି ଚିତ୍ର ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରମାନ ଖୋଲାଯାଇଛି । ଉଦ୍ଦେଶ୍ୟ ହେଲା ଶିଶୁମାନଙ୍କୁ ପ୍ରାକଶିକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା । ନିୟମିତ ଭାବେ କେନ୍ଦ୍ରମାନଙ୍କୁ ଚାଉଳ, ଡାଲି, ଛତୁଆ ଏବଂ ଅଣ୍ଡା ଇତ୍ୟାଦି ପ୍ରଦାନ କରାଯାଉଛି । ତେବେ ଦାୟିତ୍ବରେ ଥିବା ଦିଦି ସବୁ ଚଳୁ କରିଦେଉଛନ୍ତି । ଯାହାର ଉଦାହରଣ ହେଉଛି ବାଲିଗୁମ୍ମା ଗାଁ ।

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କ ପ୍ରାୟତଃ ଦେଖା ମିଳେନାହିଁ । କାଁ ଭାଁ ସପ୍ତାହ ଦୁଇ ସପ୍ତାହରେ ଥରେ ଆସନ୍ତି । ଛୁଆଙ୍କୁ ପଢ଼ାଇବା କି ଭଲମନ୍ଦ ବୁଝିବା ବହୁ ଦୂରରେ । କେବଳ ସହାୟିକାଙ୍କୁ କିଛି ଖାଦ୍ୟ ସାମଗ୍ରୀ ଦେଇଯାଆନ୍ତି ଛୁଆଙ୍କୁ ଦେବାଲାଗି । ନିମ୍ନ ମାନର ଫିମ୍ପିମରା ଛତୁଆ, ପଚା ଅଣ୍ଡା ଆଉ ପୋକରା ଚାଉଳ କିଛି । ଯାହାକୁ ଖାଇ ଅସୁସ୍ଥ ହେଉଛନ୍ତି ଅନେକ ଶିଶୁ । ତେବେ ଦିଦିଙ୍କୁ ଏ ବାବଦରେ ଅଭିଯୋଗ କଲେ ଦେଖାଉଛନ୍ତି ନାଲି ଆଖି । ପୋଲିସ ଓ ନକ୍ସଲର ଭୟ ଦେଖାଇ ଗାଁ ଲୋକଙ୍କୁ ଧମକ ଚମକ ଦେଉଛନ୍ତି ଦିଦି ଏବଂ ତାଙ୍କ ସମ୍ପର୍କୀୟ । ଏନେଇ ଖୋଦ ଗ୍ରାମବାସୀ କ୍ୟାମେରା ଆଗରେ ବଖାଣିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ନିକଟରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ସରକାର ଅଙ୍ଗନବାଡି କର୍ମୀଙ୍କୁ ସେଠାରୁ ବଦଳି ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବରୁ ଚିର ଅବହେଳିତ ହୋଇରହିଥିବା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳଭାବେ ଘୋଷଣାକରି ୧୦୦ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କଲେ । ତେବେ ଏଯାଏଁ ସେଠାରେ ଅବ୍ୟବସ୍ଥା ଲାଗି ରହିଛି । ଆଶା ସରକାର ଏଥିପ୍ରତି ଦୃଷ୍ଟିଦେବେ ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:ସାମ୍ନାନାକୁ ଆସିଲା ଅଙ୍ଗନବାଡି ଦିଦି ଙ୍କ ଦାଦାଗିରିର ଚିତ୍ର । ପଦାରେ ପଡିଲା ସରକାରଙ୍କ ପାରିବା ପଣିଆ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ।Body:ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳା ଓ ଶିଶୁମାନଙ୍କୁ ପ୍ରାକଶିକ୍ଷା ଓ ପୃଷ୍ଟିକର ଖାଦ୍ୟ ଦେବା ନିମନ୍ତେ ଶିଶୁମହିଳା କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲା ଯାଇଛି ହେଲେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପୃଷ୍ଟିକର ଖାଦ୍ୟ ବଦଳରେ ପୋକଡା ଛତୁଆ, ପଚାଅଣ୍ଡା ଦେବା ଓ ଏହାର ପ୍ରତିବାଦ କଲେ ଅଙ୍ଗନୱାଡି କର୍ମୀଙ୍କ ଗ୍ରାମବାସୀଙ୍କ ଉପରେ ଦାଦାଗିରି ଦେଖାଇବା ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ବଡପଡା ପଞ୍ଚାୟ ଅଧିନସ୍ତ ବାଲିଗୁମ୍ମା ଅଙ୍ଗନୱାଡି କେନ୍ଦ୍ରରେ । ସେହି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଭାବେ କାମକରୁଥିବା ତାପସି ସାହା ନିୟମିତ ଭାବେ କେନ୍ଦ୍ରକୁ ଯାଇନଥାନ୍ତି, ସପ୍ତାହକୁ ଥରେ ଯାଇ ପୋକଡା ଛତୁଆ, ଚାଉଳ, ପଚାଅଣ୍ଡା ମହିଳା ଓ ଶିଶୁଙ୍କୁ ଦେଇଥାନ୍ତି, ଏହି ପୋକଡା ଚାଉଳ, ଛତୁଆ, ପଚାଅଣ୍ଡା ଖାଇ ଗତକିଛି ଦିନତଳେ ଦୁଇଜଣ ଶିଶୁ ଅସୁସ୍ଥ ହୋଇ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କାହିଁକି ନିୟମତି ଭାବେ କେନ୍ଦ୍ରକୁ ଆସୁ ନାହାଁନ୍ତି, ଖରାପ ଜିନିଷ ମହିଳା ଓ ଶିଶୁ ମାନଙ୍କୁ ଦେଇ ସେମାନଙ୍କ ଦେହ ଖରାପ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ଅଙ୍ଗନଓ୍ୟାର୍ଡି କର୍ମିଙ୍କୁ ପଚାରିଲେ, ସେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ମାନଙ୍କୁ ନାନାପ୍ରକାର ଧମକ ଚମକ ଦେବା ଅଭିଯୋଗ ହୋଇଛି ଏମିତିକି ନକ୍ସଲଙ୍କ ନାମକହି ଧମକ ମଧ୍ୟଦେଇଥାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଚିର ଅବହେଳିତ ହୋଇରହିଥିବା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ କୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳଭାବେ ଘୋଷଣାକରି ୧୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଏବେ ବି ବଦଳିନାହିଁ ସେ ଅଞ୍ଚଳର ଚିତ୍ର।

Conclusion:ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଅବହେଳିତ ହୋଇ ରହିଛନ୍ତି ନିରିହ ଆଦିବାସୀ । ତୁରନ୍ତ ସରକାର ଅଙ୍ଗନବାଡି କର୍ମୀଙ୍କୁ ସେଠାରୁ ବଦଳି ନକଲେ ଆଗାମି ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବାଇଟ-୧- ଧବଲୁ ଖରା, ଗ୍ରାମବାସୀ

ବାଇଟ-୨- ଦୟମନ୍ତି ହନ୍ତାଳ, ଅଙ୍ଗନବାଡି କେନ୍ଦ୍ରର ହେଲପର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.