ETV Bharat / state

ଲଗାଣ ବର୍ଷାରେ ବେହାଲ ସୀମାନ୍ତ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଛତିଶଗଡ଼ ମନ୍ତ୍ରୀ - ଲଗାଣ ବର୍ଷାରେ ବେହାଲ ସୀମାନ୍ତ

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଛତିଶଗଡ଼ ଶିଳ୍ପ ଏବଂ ଖଣି ମନ୍ତ୍ରୀ କାୱାସୀ ଲଖମା ସୀମାବର୍ତ୍ତୀ ଅଞ୍ଚଳ ସୁକମାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢ଼ନ୍ତୁ

Chhattisgarh Minister visit to reviewed flood hit area
ଲଗାଣ ବର୍ଷାରେ ବେହାଲ ସୀମାନ୍ତ: ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଛତିଶଗଡ଼ ମନ୍ତ୍ରୀ
author img

By

Published : Jul 18, 2022, 12:10 PM IST

ମାଲକାନଗିରି: ବନ୍ୟା ଯୋଗୁଁ ବେହାଲ ହୋଇ ପଡ଼ିଛି ଛତିଶଗଡର ସୁକମା ଜିଲ୍ଲା । ଗୋଦାବରୀ ନଦୀର ପାଣି ବିପଦ ସଙ୍କେତଠାରୁ ଅତିକ୍ରମ କରି ଶାବରୀ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସୀମାନ୍ତ ଅଞ୍ଚଳ ମାଲକାନଗିରି ଜିଲ୍ଲାର ମୋଟୁ ଏବଂ ଛତିଶଗଡର କୋଣ୍ଟା ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି । ଏଭଳି ସ୍ଥିତିରେ ଛତିଶଗଡ଼ ଶିଳ୍ପ ଏବଂ ଖଣି ମନ୍ତ୍ରୀ କାୱାସୀ ଲଖମା ସୀମାବର୍ତ୍ତୀ ଅଞ୍ଚଳ ସୁକମାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଲଗାଣ ବର୍ଷାରେ ବେହାଲ ସୀମାନ୍ତ

ବନ୍ୟା ଯୋଗୁଁ ସୀମାବର୍ତ୍ତୀ ଅଞ୍ଚଳ ସୁକମାରେ ବହୁ ଗ୍ରାମ ପାଣିଘେରରେ ରହିଛି । କୋଣ୍ଟା ନାଗର ପଞ୍ଚାୟତର ଅନେକ ୱାର୍ଡ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଛତିଶଗଡ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାତାର ବର୍ଷା ହେତୁ ବସ୍ତର ସମ୍ଭାଗର ସୁକମା ଏବଂ ବିଜାପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶିଳ୍ପ ମନ୍ତ୍ରୀ କାୱାସୀ ଲଖମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଲଖମା ହେଲିକପ୍ଟର ଯୋଗେ ସୁକମା ପହଞ୍ଚିଥିଲେ । ଖରାପ ପାଗ ଯୋଗୁଁ ମନ୍ତ୍ରୀ ସୁକମାଠାରୁ କୋଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାତ୍ରା କରିଥିଲେ। ଏହାପରେ ଏକ ପିକଅପ ଗାଡିରେ ବସି ଇଞ୍ଜରାମ ଯାଇ ବହୁ ଗ୍ରାମ ଏବଂ ଜମି ବୁଲି ଦେଖିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀଙ୍କୁ ଭେଟି ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ ସାମଗ୍ରୀ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.