ETV Bharat / state

ଶୀଟଳା ମାତାଙ୍କ ମେଳାରେ କାଳେସୀ ଭଳି ନାଚିଲେ ମନ୍ତ୍ରୀ, ଭିଡିଓ ଭାଇରାଲ - ମନ୍ତ୍ରୀ ନାଚୁଥିବା ଭିଡିଓ ଭାଇରାଲ

ଛତିଶଗଡର ମନ୍ତ୍ରୀ କବାସି ଲକ୍ଷ୍ମା ତାଙ୍କ ନିର୍ବାଚନମଣ୍ଡଳୀ କୋଣ୍ଟାର ଦୋର୍ନାପାଲ୍ ଗାଁର ପ୍ରସିଦ୍ଧ ଶୀଟଳା ମାତା ମନ୍ଦିରରେ ଆୟୋଜିତ ତିନି ଦିନିଆ ମାଣ୍ଡାଇ ମେଳାରେ ଯୋଗ ଦେଇଥିଲେ । ଏହି ମେଳାରେ ମନ୍ତ୍ରୀଙ୍କ ନାଚିବା ସମୟର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ମନ୍ତ୍ରୀଙ୍କ ଶରୀରେ ଦେବୀ ହେଲେ ଆବିର୍ଭାବ, ମନ୍ତ୍ରୀ ନାଚୁଥିବା ଭିଡିଓ ଭାଇରାଲ

author img

By

Published : Apr 14, 2022, 11:26 AM IST

Updated : Apr 14, 2022, 12:23 PM IST

ମାଲକାନଗିରି: ଛତିଶଗଡର ମନ୍ତ୍ରୀ କବାସି ଲକ୍ଷ୍ମା ତାଙ୍କ ନିର୍ବାଚନମଣ୍ଡଳୀ କୋଣ୍ଟାର ଦୋର୍ନାପାଲ୍ ଗାଁର ପ୍ରସିଦ୍ଧ ଶୀଟଳା ମାତା ମନ୍ଦିରରେ ଆୟୋଜିତ ତିନି ଦିନିଆ ମାଣ୍ଡାଇ ମେଳାରେ ଯୋଗ ଦେଇଥିଲେ । ଏହି ମେଳାରେ ମନ୍ତ୍ରୀଙ୍କ ନାଚିବା ସମୟର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଇଛି, ମନ୍ତ୍ରୀ ମେଳାରେ ପୂଜାରୀଙ୍କ ପୋଷାକ ପିନ୍ଧିଛନ୍ତି ଏବଂ ପୂଜକମାନଙ୍କ ସହ ମିଶି ପାରମ୍ପରିକ ମୋହରୀ ବାଜାର ତାଳେ ତାଳେ ନାଚିଛନ୍ତି । ଏପରିକି ଅବକାରୀ ମନ୍ତ୍ରୀ କବାସି ନାଚିବା ସମୟରେ ନିଜ ଶରୀରକୁ କଣ୍ଟା ସିକୁଳିରେ ବାରମ୍ବାର ପ୍ରହାର କରୁଥିବାର ମଧ୍ୟ ନଜର ଆସିଛି ।

ଶୀଟଳା ମାତାଙ୍କ ମେଳାରେ କାଳେସୀ ଭଳି ନାଚିଲେ ମନ୍ତ୍ରୀ, ଭିଡିଓ ଭାଇରାଲ

ମନ୍ତ୍ରୀଙ୍କ ଶରୀରରେ ମାଆ ଶୀଟଳା ଦେବୀ ପ୍ରବେଶ କରିଥିଲେ । ସେଥିପାଇଁ ସେ କାଳସୀ ହୋଇ ନାଚିଥିଲେ ବୋଲି ସ୍ଥାନୀୟ ଲୋକେ ବିଶ୍ବାସ କରୁଛନ୍ତି । ମନ୍ତ୍ରୀ ମନ୍ଦିର ଭିତରକୁ ଯାଇ ପୂଜାପାଠ କରିବା ପରେ ମାଣ୍ଡାଇଙ୍କ ଏହି ମେଳାକୁ ପରମ୍ପରା ସହିତ ପାଳନ କରିବାକୁ ମାତାଙ୍କଠାରୁ ଅନୁମତି ମଧ୍ୟ ନେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଅବକାରୀ ମନ୍ତ୍ରୀ କବାସି ଲକ୍ଷ୍ମାଙ୍କ କାଳସୀ ଭଳି ନୃତ୍ୟ କରିବା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Apr 14, 2022, 12:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.