ETV Bharat / state

ମାଲକାନଗିରିରେ ସୁରୁଖୁରରେ ସରିଲା ରଥଟଣା

ସାରା ବିଶ୍ବ ଆଜି ଜଗନ୍ନାଥ ମୟ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ରାଜ୍ୟ ଆଜି ଉତ୍ସବ ମୁଖର । ତେବେ ପୁରୀ ପରି ମାଲକାନଗିରି ଜିଲ୍ଲାରେ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା ।

author img

By

Published : Jul 4, 2019, 8:53 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା । ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ଦ୍ବାରଫିଟା, ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଆଦି ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ।

ଧାଡ଼ି ପହଣ୍ଡିରେ ଆସିଥିଲେ ମହାପ୍ରଭୁ । ତାପରେ ଅପରାହ୍ନ ସାଢେ ତିନିଟାରେ ଛେରାପହଁରା ଏବଂ ଦିନ ୪ଟାରୁ ରଥଟଣା ହୋଇଥିଲା । ଆକାଶ ମେଘାଚ୍ଛନ୍ନ ରହିଥିଲେ ବି ହରିବୋଲ, ହୁଳହୁଳି ସହ ଖଞ୍ଜଣୀ କୀର୍ତ୍ତନରେ କମ୍ପି ଉଠିଥିଲା ଚତୁର୍ଦ୍ଦିଗ । ତିନି ଠାକୁରଙ୍କୁ ଏକାଠି ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । ସମଗ୍ର ପରିବେଶ ହୋଇଥିଲା ଜଗନ୍ନାଥମୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଚଳିତ ରଥଯାତ୍ରା ଅବସରରେ ପଡୋଶୀ ରାଜ୍ୟ ଛତିଶଗଡ ସମେତ ଆନ୍ଧ୍ରପ୍ରଦେଶରୁ ଆସିଥିବା ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ତେଣୁ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ଵ ଦେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

Intro:ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା । Body:ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ଦ୍ବାରଫିଟା, ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଆଦି ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସିଥିଲେ ମହାପ୍ରଭୁ ତାପରେ ଅପରାହ୍ନ ସାଢେ ତିନିଟା ରେ ଛେରାପହଁରା ଏବଂ ଦିନ ୪ ଟାରୁ ରଥଟଣା ଅନୁଷ୍ଠିତ ହୋଇଥିଲା । ଆକାଶ ମେଘାଛନ୍ନ ରହିଥିବା ବେଳେ ହରିବୋଲ, ହୁଳହୁଳି ସହ ଖଞ୍ଜଣୀ କୀର୍ତ୍ତିନରେ କମ୍ପି ଉଠିଥିଲା ଚତୁର୍ଦ୍ଦିଗ । ତିନି ଠାକୁରଙ୍କୁ ଏକାଠି ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । ସମଗ୍ର ପରିବେଶ ହୋଇଥିଲା ଜଗନ୍ନାଥମୟ । ଚଳିତ ରଥଯାତ୍ରା ଅବସରରେ ପୋଡଶି ରାଜ୍ୟ ଛତିଶଗଡ ସମେତ ଆନ୍ଦ୍ରପ୍ରଦେଶରୁ ଆସିଥିବା ପ୍ରବଳ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା ତେଣୁ ସୁରକ୍ଷା ଦୃଷ୍ଟିକୁ ଗୁରତ୍ଵ ଦେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ୧-ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବାଇଟ – ୧- ଗୁଣନିଧି ନାୟକ, ତହସିଲଦାର ମାଲକାନଗିରି
ବାଇଟ-୨- ରବି ନନ୍ଦ, ଭକ୍ତ
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.