ମାଲକାନଗିରି: ବସ ଓଲଟି 4 ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବସଟି ମାଲକାନଗିରି ସହର ଦେଇ ଯାଉଥିବା ବେଳେ ଚମ୍ପାଖାରି ନିକଟରେ ଓଲଟି ପଡିଥିଲା।
ଏହି ବସରେ 27ଜଣ ଲେବର ଓ 2ଜଣ ଡ୍ରାଇଭର ଥିଲେ। ଏହି ବସଟି ସୋନପୁର ଜିଲ୍ଲାରୁ ତାମିଲନାଡୁର ତ୍ରିଚୁର ଜିଲ୍ଲାକୁ ଯାଉଥିଲା । ଏଥିରେ ଥିବା ସମସ୍ତ ଲେବର ସୁତା କଳକୁ କାମ କରିବାକୁ ଯାଉଥିଲେ। 4ଜଣ ଶ୍ରମିକ ଆହତ ଥିବା ବେଳେ ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଗାଡିର କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ