ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି BSF IG ସତୀଶ ଚନ୍ଦ୍ର ବୁଢ଼ାକୋଟି । ଗତ ୪ ତାରିଖରେ ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଏବଂ ସୀମାନ୍ତ ଆନ୍ଧ୍ରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରି BSF ଅଫିସରଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି IG ସତୀଶ ଚନ୍ଦ୍ର ।
ଜିଲ୍ଲାକୁ ମାଓ ମୁକ୍ତ କରିବା ପାଇଁ କରାଯାଇଥିବା ନୂଆ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଥିଲା । ମାଲକାନଗିରି BSF ମୁଖ୍ୟ କାର୍ଯ୍ୟାଳୟରେ BSF ଅଧିକାରୀ ଏବଂ ମାଲକାନଗିରି SPଙ୍କ ସହ ମଧ୍ୟ ମାଓ ଦମନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମୀକ୍ଷା ହୋଇଥିଲା ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ