ମାଲକାନଗିରି: କମ୍ବିଂ ଅପରେସନବେଳେ ବାଇକରୁ ଖସି ପଡ଼ି ବିଏସଫ (BSF) କମାଣ୍ଡାଣ୍ଟଙ୍କ ମୃତ୍ୟୁ । ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ଠାରେ ଏହି ଅଘଟଣ ଘଟିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ ।
ତେବେ କୌଣସି କାରଣରୁ ବାଇକରୁ ଖସି ରାକେଶ କୁମାର ତଳେ ପଡି ଯାଇଥିଲେ । ଏହାଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଏମପିଭି ୨୧ରେ ଥିବା ବିଏସଫ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ସେଥିରେ ସୁଧାର ନ ଆସିବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଏସଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନ ବୋଲି ଜଣାପଡିଛି । ଆଜି ତାଙ୍କ ମୃତଦେହକୁ ରାଜସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏସଫ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।
ଇଟିଭି ଭାରତ, ମାଲକାନଗିରି