ETV Bharat / state

ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG

author img

By

Published : Apr 14, 2022, 7:12 AM IST

ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG ରାଜୱିନ୍ଦର ସିଂ ଭଟ୍ଟୀ । ମାଓଗଡରେ ମାଓ ଗତିବିଧି ସମୀକ୍ଷା କଲେ ADG । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG
ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG

ମାଲକାନଗିରି: BSF ADG (ସ୍ପେଶାଲ୍ ଅପରେସନ୍ସ) ରାଜୱିନ୍ଦର ସିଂ ଭଟ୍ଟୀ ବୁଧବାର ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେଠାରେ ସେ ମାଓ ଗତିବିଧି ସମୀକ୍ଷା କରିଛନ୍ତି । ରାଜୱିନ୍ଦର ସିଂଙ୍କ ସହ BSF IG ସତୀଶ ଚନ୍ଦ୍ର ବୁଡାକୋଟି ମଧ୍ୟ ମାଲକାନଗିରିର ଏହି ମାଓ ଅଞ୍ଚଳ ଗସ୍ତ କରିଥିଲେ ।

ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG
ସ୍ବାଭିମାନ ଅଞ୍ଚଳ ଗସ୍ତ କଲେ BSF ADG

BSF ADG ପ୍ରଥମେ କୋରାପୁଟ ହେଡକ୍ବାର୍ଟର ପରିଦର୍ଶନ କଲାପରେ ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯନ୍ତ୍ରି ଠାରେ ନୂତନ ଭାବେ କରାଯାଇଥିବା BSF କ୍ୟାମ୍ପ ଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ BSF ଓ ସ୍ଥାନୀୟ ଜନସାଧାରଣ ସ୍ବାଗତ କରିଥିଲେ । ଲାଲଗଡକୁ BSF କବଜାକୁ ନେଇଥିବାରୁ ADG ସେଠାକାର ଜନସାଧାରଣ ଓ BSF ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ ସଦାସର୍ବଦା ସହାୟତା ପାଇଁ BSF ପ୍ରସ୍ତୁତ ଥିବା ରାଜୱିନ୍ଦର ସିଂ ଭଟ୍ଟୀ ଲୋକମାନଙ୍କୁ କହିଥିଲେ । ପରେ ସେ ସେଠାରୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ଯାଇଥିବା ଜଣାପଡିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.