ମାଲକାନଗିରି: ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ଫଳରେ ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରୀ ଗୁଡା ବ୍ରିଜ ଭାସି ଯିବାରୁ ପୂଜାରୀଗୁଡା, କତରାଗୁଡା, ବାଲିକୁଣ୍ଡ ଓ କିରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।
ଫଳରେ ଉକ୍ତ ଅଞ୍ଚଳର ବାସିନ୍ଦା ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତାୟତ ଏକ ପ୍ରକାର ଠପ ହୋଇଯାଇଛି । ତେବେ ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ