ETV Bharat / state

ଦୁବାଇ ଯିବେ ବଣ୍ଡା ସମ୍ପ୍ରଦାୟର IIT ଛାତ୍ରୀ

ଦୁବାଇ ଯିବେ ବଣ୍ଡା ସମ୍ପ୍ରଦାୟର ଛାତ୍ରୀ । ଇପିକଲ୍ ପକ୍ଷରୁ ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀଙ୍କୁ ମନୋନୀତ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Apr 15, 2023, 6:48 PM IST

Etv Bharat
Etv Bharat
ଦୁବାଇ ଯିବେ ବଣ୍ଡା ସମ୍ପ୍ରଦାୟର IIT ଛାତ୍ରୀ

ମାଲକାନଗିରି: ଇପିକଲ୍ ପକ୍ଷରୁ ମେ ମାସରେ ଦୁବାଇରେ ହେବାକୁଥିବା କାର୍ଯ୍ୟକ୍ରମରେ ଥିବା ଅଂଶଗ୍ରହଣ କରିବେ ମାଲକାନଗିରିର ବଣ୍ଡା ସମ୍ପ୍ରଦାୟର ଛାତ୍ରୀ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଯାଇଛି । ଏଥିରେ ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି । ଏହାପରେ ତାଙ୍କ ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ ।

ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯାଜପୁର, ମୟୂରଭଞ୍ଜ ସରକାରୀ ରାଉରକେଲା, ପଲିଟେକନିକ୍, ବ୍ରହ୍ମପୁର ଆଇଟିଆଇରୁ ଅନ୍ୟ ୪ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ଡାଘାଟିର ଦାନ୍ତିପଡ଼ା ଗ୍ରାମରେ ବୁଦ୍ରିଙ୍କ ଘର କଦମଗୁଡ଼ା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାପରେ ବୁଦ୍ରି ଏମ୍‌ଭି - ୨୭ ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ଦଶମ ପଢ଼ିଥିଲେ । ଏହାପରେ ସେ ଆଇଟିଆଇରେ ଇଲୋଟ୍ରୋନିକ୍ସ ବିଭାଗରେ ନାମ ଲେଖାଇଥିଲେ । ପିଲାଟି ଦିନରୁ ବାପା, ମାଆ ଛେଉଣ୍ଡ ହେଉଛନ୍ତି ବୁଦ୍ରି ।

ଏହା ବି ପଢନ୍ତୁ- ନଷ୍ଟ ହେଲା ଷ୍ଟେସନରୁ ଜବତ ବିସ୍ଫୋରକ, ଆତଙ୍କୀ ଲିଙ୍କ ଅଛି କି ନାହିଁ ହେବ ତଦନ୍ତ

ବାପା ହାଡି କିର୍ସାନୀ ଓ ମାଆ ଆଦିବାରି କିର୍ସାନୀଙ୍କ ମୃତ୍ୟୁ ପରେ ୫ ଭଉଣୀ ବେସାହାରା ହୋଇପଡ଼ିଥିଲେ । ପରିବାର ଚଳାଇବା କଷ୍ଟକର ହୋଇଥିଲେ ମଧ୍ୟ ବୁଦ୍ରି ଭଲ ପାଠ ପଢୁଥିଲେ । ଏହାପରେ ତାଙ୍କ ୪ ଭଉଣୀ ତାଙ୍କୁ ପାଠ ପଢାଇବା ଲାଗି ସ୍ଥିର କରିଥିଲେ । ଚାଷ ସହ ଅନ୍ୟ କାମ କରି ବୁଦ୍ରିଙ୍କୁ ପାଠ ପଢ଼ିବା ପାଇଁ ଅନ୍ୟ ଭଉଣୀମାନେ ଉତ୍ସାହିତ କରି ଚାଲିଥିବା ବେଳେ ଏହାର ସୁଫଳ ଆଜି ମିଳିଛି । ଶିକ୍ଷକ ଓ ଭଉଣୀମାନଙ୍କ ଉଦ୍ୟମ ଯୋଗୁଁ ଦୁବାଇ ଯାଇ କିଛି ଶିକ୍ଷା ଗ୍ରହଣ କରିପାରିବି ବୋଲି ବୃଦ୍ରି ପ୍ରକାଶ କରିଛନ୍ତି । ଖୁବଶୀଘ୍ର ତତ୍କାଳ ପାସପୋର୍ଟ ପ୍ରସ୍ତୁତ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ରୋଜିନା ଦାଶ ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।

ବୁଦ୍ରିଙ୍କ ସହ ଦୁବାଇ ଯିବାପାଇଁ ମନୋନୀତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ହେଲେ ଯାଜପୁର ସରକାରୀ ପଲିଟେକନିକ୍‌ର ବଳରାମ ରାଉତ, ମୟୂରଭଞ୍ଜ ସରକାରୀ ପଲିଟେକନିକର ଭାଗ୍ୟସ୍ମିତା ପୃଷ୍ଟି, ରାଉରକେଲା ସରକାରୀ ଆଇଟିଆଇର ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ଆଇଟିଆଇର ଅପସା ରାଣୀ ବେହେରା । ଶିଳ୍ପ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ଦେଖିବା ସହ ଶିକ୍ଷା ଗ୍ରହଣ କରିବାକୁ ଶିଳ୍ପ ବିଭାଗ ଅଧୀନରେ ଥିବା ଇପିକଲ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ମେ ୧୫ରେ ମନୋନୀତ ଛାତ୍ର ଦୁବାଇ ଅଭିମୁଖେ ଯାଇ ୨୨ରେ ସ୍ବଦେଶ ଫେରିବେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.