ETV Bharat / state

ସିଲେରୁ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ - ମାଲକାନଗିରି ନଦୀରୁ ଉଦ୍ଧାର ହେଲା ମୃତଦେହ

ଠାବ ହେଲା ଗତ ୧୯ ତାରିଖ ସନ୍ଧ୍ୟା ୫ଟାରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ । ଅଧିକ ପଢନ୍ତୁ....

ସିଲେରୁ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

author img

By

Published : Jun 21, 2021, 5:11 PM IST

ମାଲକାନଗିରି : ଠାବ ହେଲା ଗତ ୧୯ ତାରିଖ ସନ୍ଧ୍ୟା ୫ଟାରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ । ଚିତ୍ରକୋଣ୍ଡା ବ୍ଲକର ଦିଲ୍ଲୀପ କୁମାର ମିଶ୍ରଙ୍କ ପୁଅ କାହ୍ନା 19 ତାରିଖରୁ ନିଖୋଜ ଥିବାବେଳେ ଆଜି ଚିତ୍ରକୋଣ୍ଡା ସିଲେରୁ ନଦୀର ଦୁର୍ଗା ମନ୍ଦିର ଘାଟରୁ ତାଙ୍କର ମୃତଦେହ କୋରକୁଣ୍ଡା ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରାଯାଇଛି ।

ସିଲେରୁ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ
ସିଲେରୁ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

ସୂଚନା ଅନୁଯାୟୀ ଗତ ୧୯ ତାରିଖ ସନ୍ଧ୍ୟା ୫ଟା ସମୟରୁ ଦିଲୀପ କୁମାର ମିଶ୍ରଙ୍କ ପୁଅ ଦୀପ୍ତି ଦେବାଶିଷ ମିଶ୍ର (କାହ୍ନା) ନିଖୋଜ ଥିବା କଥା ଜଣାପଡିଥିଲା। ପରିବାର ତରଫରୁ ବହୁ ଖୋଜାଖୋଜି ପରେ ନିକଟରେ ଥିବା ସିଲେରୁ ନଦୀର ଦୁର୍ଗା ଘାଟଠାରେ ଏକ ଡଙ୍ଗା ବୁଡିଯାଇଥିବା ନେଇ ଖବର ଜଣାପଡିଥିଲା । ଏ ସଂକ୍ରାନ୍ତରେ ଚିତ୍ରକୋଣ୍ଡା ପୋଲିସ ଓ ସ୍ଥାନୀୟ ତହସିଲଦାରଙ୍କୁ ଜଣାଯାଇଥିଲା । ଚିତ୍ରକୋଣ୍ଡା ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ କୋରକୁଣ୍ଡା ଅଗ୍ନିଶମ ବାହୀନି ପକ୍ଷରୁ ୨୦ ତାରିଖ ସକାଳୁ ଡଙ୍ଗା ବୁଡି ଥିବା ସ୍ଥାନ ଓ ତାର ଆଖପାଖରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ପାରି ନଥିଲା । ଆଜି ସକାଳୁ ପୁଣି ଥରେ ଖୋଜାଖୋଜି କରିବା ପରେ ଡଙ୍ଗା ବୁଡିଥବା ସ୍ଥାନରୁ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.