ETV Bharat / state

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତିଗୁଡା ଜଳଭଣ୍ଡାର ଡଙ୍ଗା ବୁଡି ୨ ମୃତ

author img

By

Published : Jun 2, 2023, 1:33 PM IST

ଜିଲ୍ଲାରେ କାଳବୈଶାଖୀ ପ୍ରଭାବ । ସତିଗୁଡା ଜଳଭଣ୍ଡାର ଡଙ୍ଗା ବୁଡି ୨ ମୃତ । ଅଧିକ ପଢନ୍ତୁ

ଜିଲ୍ଲାରେ କାଳବୈଶାଖୀ ପ୍ରଭାବ
ଜିଲ୍ଲାରେ କାଳବୈଶାଖୀ ପ୍ରଭାବ
ଜିଲ୍ଲାରେ କାଳବୈଶାଖୀ ପ୍ରଭାବ

ମାଲକାନଗିରି: ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ବତାସ ହୋଇଛି । ଏଥିରେ କିଛି ଲୋକଙ୍କ ଘର ଛପର ଉଡ଼ିଯାଇ ଥିବାବେଳେ କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ସେହିଭଳି ସତିଗୁଡା ଜଳଭଣ୍ଡାର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ଦୁଇ ମତ୍ସ୍ୟଜୀବୀ ଡଙ୍ଗା ବୁଡି ନିଖୋଜ ଥିବା ଜଣାପଡିଛି । ତେବେ ନିଖୋଜ ବ୍ୟକ୍ତିମାନେ ହେଲେ ଭିମାରାଙ୍ଗିନ୍ ଗ୍ରାମର 40ବର୍ଷୀୟ ମହିଳା ତୁଲସା ମାଡି ଓ MV 111 ଗ୍ରାମର ଗୋବିନ୍ଦ ସରଦାର୍ ବୋଲି ଜଣାପଡିଛି । ତୁଲସା ମାଡି ନିଜ ପୁଅ ସହ ମାଛଧରା ଡଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ଅନ୍ୟ ଏକ ଡଙ୍ଗାରେ ଗୋବିନ୍ଦ ସରଦାର୍ ଯାଇଥିଲା । ତୁଲସା ମାଡିର ପୁଅ କୌଣସି ମତେ ପହଁରୀ କୂଳରେ ପହଞ୍ଚିଥିବା ବେଳେ ଅନ୍ୟ ଦୁଇ ଜଣ ଜଳଭଣ୍ଡାର ମଧ୍ୟରେ ବୁଡିଯାଇଥିଲା ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପବନର ବେଗ ଜୋର ଥିବା ଯୋଗୁଁ ଡଙ୍ଗା ବୁଡି ଯାଇଥିବା କହିଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ଉପଜିଲ୍ଲାପାଳ, ଅତିରିକ୍ତ ତହସିଲଦାର ଓ ଆର୍ ଆଇ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଜଣଙ୍କ ମୃତଦେହ କରିଥିବା ବେଳେ ନିଖୋଜ ଆଉ ଜଣଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜଳଭଣ୍ଡାର ମଧ୍ୟରେ ଖୋଜାଖୋଜି ଜାରି ରହିଛି ।

ଅନ୍ୟପଟେ କାଳବୈଶାଖୀର ପ୍ରଭାବରେ ମାଲକାନଗିରି ସହର ନିକଟସ୍ଥ କାଦବାହାଲ ନିକଟରେ ନିର୍ମାଣଧିନ ଥିବା ଏଆରଷ୍ଟ୍ରିପର ପାଚେରୀ ଭାଙ୍ଗି ଯାଇଛି । ଯାହା ଫଳରେ ସେଠାରେ କାମ କରୁଥିବା ଲେବରଙ୍କ ଉପରେ ପାଚେରୀ ଭୁଶୁଡି ଯାଇଥିଲା ଫଳରେ ୨ଜଣ ଗୁରୁତର ଆହତ ହୋଇ ଥିବାବେଳେ ତିନିଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏନେଇ ଆହତ ମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- Tirtol MLA Marriage Controversy: ତଦନ୍ତ ପାଇଁ ଆଉ ମାସେ ସମୟ ମାଗିଲା ପୋଲିସ

ଏହା ମଧ୍ୟ ପଢନ୍ତୁ- ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା, ମନ୍ଦିରରେ ପଡିଛି ମୃତଦେହ

କାଳବୈଶାଖୀର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ବୈଦ୍ୟୁତିକ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ଟାଟା TPSODLକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଯାହା ଫଳରେ TPSODLର କର୍ମଚାରୀମାନେ କାମରେ ଲାଗିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.