ETV Bharat / state

ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା, 3 ଅଭିଯୁକ୍ତ ଗିରଫ

author img

By

Published : May 11, 2021, 11:11 AM IST

ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା ଘଟଣାର 3ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କଲା ପୋଲିସ । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା, 3 ଅଭିଯୁକ୍ତ ଗିରଫ
ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା, 3 ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ନିଲିଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଘଟିଥିବା ବିଭତ୍ସ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଗତ ଶୁକ୍ରବାର ରାତିରେ ହୋଇ ଥିବା ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁଚନା ମୁତାବକ ଗତ ଶୁକ୍ରବାର ଦିନ ସନ୍ଧ୍ୟା ବେଳେ ନିଲିଗୁଡା ଗ୍ରାମର ବୁଦୁରା ପଡିଆମିଙ୍କ ଘର ବାରଣ୍ଡାରେ ଦୁଇ ତିନିଜଣ ଲୋକ ବସି କଥା ବାର୍ତ୍ତା ହେଉଥିବା ବୁଦୁରାର ସ୍ତ୍ରୀ ଦେଖିଥିଲା । ଏହାର କିଛି ସମୟ ପରେ ହଠାତ ବୁଦୁରାର ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଆସି ଦେଖିବା ବେଳକୁ ବୁଦୁରାର ଗଳା କଟା ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରଣ୍ଡାରେ ପଡ଼ିରହିଥିଲେ । ଏନେଇ ମୃତ ବୁଦୁରାଙ୍କ ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏଥିପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ସହ ଏକ ସନ୍ଧାନୀ କୁକୁର ଦଳ ମଧ୍ୟ ଗ୍ରାମକୁ ଆସି ତନାଘନା କରିଥିଲେ । ସୋମବାର ଗ୍ରାମର କିଛି ଲୋକଙ୍କୁ ପୋଲିସ ଆଣି ପଚରା ଉଚରା କରିବା ସହ ଏହି ହତ୍ୟାକାଣ୍ଡ ରେ ସାମିଲ ଥିବା ଇର୍ମା କବାସୀ, ଏରା କବାସୀ ଓ ଇଡିଆ ପୁନେମଙ୍କୁ ପୋଲିସ ଗିରଫ କରିଥିଲା । ତେବେ ବୁଦୁରା ଗ୍ରାମରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ୩ ଜଣ ପୋଲିସ ଆଗରେ ସ୍ବୀକାର କରିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝି କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.