ETV Bharat / state

ଦୁଇଦିନିଆ ମାଲକାନଗିରି ଗସ୍ତରେ ଜୁଏଲ ଓରାମ୍, ଶାସକ ଦଳ ଉପରେ ବର୍ଷିଲେ

author img

By

Published : Jun 30, 2023, 8:53 AM IST

ମାଲକାନଗିରି ଗସ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ୍ । ଜନସମାବେଶରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Jual Oram visits Malkangari
ଜୁଏଲୋ ଓରାମଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି ଗସ୍ତରେ ଜୁଏଲ ଓରାମ୍

ମାଲକାନଗିରି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦୀୟ ପ୍ରତିରକ୍ଷା କମିଟି ଅଧକ୍ଷ/ସାଂସଦ ଜୁଏଲ ଓରାମ ଦୁଇଦିନିଆ ମାଲକାନଗିରି ଗସ୍ତ କରିଛନ୍ତି । ମାଲକାନଗିରିରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ମାଥିଲି ଠାରେ ସ୍ୱାଗତ କରାଯାଇଥିଲା । ଏହାପରେ ପଦ୍ମଗିରି ଠାରେ ଏକ ଜନସମାବେଶରେ ଯୋଗ ଦେଇ କେନ୍ଦ୍ରରେ ମୋଦି ସରକାର ଶାସନର 9 ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ମୋଦି ସରକାରରେ ହୋଇଥିବା କାର୍ଯ୍ୟ ବିଷୟରେ କହିଥିଲେ ।

ପଦ୍ମଗିରିଠାରେ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ଢେମସା ନୃତ୍ୟରେ ସ୍ବାଗତ କରାଯାଇଥିଲା । ଏହା ପରେ ପଦ୍ମଗିରିଠାରେ ଜନ ସମାବେଶରେ ହୋଇଥିବା ବୈଠକରେ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନ କରିବା ସହ କିଭଳି ଏହି ସୁବିଧା ଲୋକେ ପାଇପାରିବେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ମାଲକାନଗିରି ମ୍ୟୁନିସିପାଲଟିରେ ପହଁଚି ମ୍ୟୁନିସିପାଲଟି କିଛି ଅଞ୍ଚଳର ଘରକୁ ଘର ବୁଲିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଥିବା ଯୋଜନା ତଥା ଆବାସ ଯୋଜନା, ମାଗଣା ଚାଉଳ ଭଳି ଅନେକ ଯୋଜନାକୁ ନିଜ ନାମରେ କହି ରାଜ୍ୟ ସରକାର ବାହା ବାହା ନେଉଥିବା ସହ ମାଲକାନଗିରିରେ ରେଳ ରାସ୍ତା ପାଇଁ ରାଜ୍ୟ ସରକାର ଜମି ଚିହ୍ନଟ କରି ପାରୁ ନାହାନ୍ତି ଭଳି ଅନେକ ତ୍ରୁଟି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ମୋଦି ସରକାରଙ୍କ ୯ବର୍ଷ କାର୍ଯ୍ୟକାଳରେ ଗରିବ କଲ୍ୟାଣ ପାଇଁ ସମସ୍ତ ପ୍ରକାର ଯୋଜନା କରାଯାଇଛି । ଦେଶର ପ୍ରଧାନ ସେବକ ଭାବେ ନିଜ ଦୟିତ୍ୱକୁ ସୂଚାରୁ ରୂପେ ନିର୍ବାହ କରିଆସୁଥିବା ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଆନ୍ଦୋଳନର ରୂପ ଦେଇ ସାରିଛନ୍ତି । ବୈଶ୍ୱିକ ମହାମାରୀ କୋଭିଡ ସଂକଟକୁ ସଫଳତାର ସହ ମୁକାବିଲା କରି ଇତିହାସ ରଚିଛନ୍ତି । “ମେକ୍ ଇନ ଇଣ୍ଡିଆ ସଂକଳ୍ପ ନେଇ ଭାରତ ଆଗେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ଗରିବ ଲୋକମାନଙ୍କ ପାଇଁ ମୋଦି ସରକାର ନିଜ ଘରର ବ୍ୟବସ୍ଥା କରୁଥିବା କହିଛନ୍ତି ସାଂସଦ ଜୁଏଲ ଓରାମ ।

ଏହା ବି ପଢନ୍ତୁ...ସାଂସଦ ଜୁଏଲ ଓରାମଙ୍କ ଟାର୍ଗେଟରେ 5T ସଚିବ, କହିଲେ ବ୍ୟୁରୋକ୍ରାର୍ଟ୍ସ ଲିଡ କରିବା ଦୁର୍ଭାଗ୍ୟଜନକ

ସେ ଆହୁରି କହିଛନ୍ତି, '' ମୋଦି ସରକାରଙ୍କ ଅନ୍ତଦୋୟ ନୀତି ଯୋଗୁଁ ଦେଶରେ ୪ କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିଜସ୍ଵ ବାସଘର ମିଳିପାରିଛି । ଆଜିକୁ ୩ବର୍ଷ ହେଲା ଦେଶର ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ରାସନ ଯୋଗାଉଛନ୍ତି । ଦେଶରେ ୫୦୦୦୦ ରୁ ଅଧିକ ଅମୃତ ସରୋବରର ନିର୍ମାଣ ମିଶନ ଅମୃତ ସରୋବର ଅନ୍ତର୍ଗତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଛି । ମୋଦି ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଜଳ ଜୀବନ ମିଶନ ମାଧ୍ୟମରେ ଦେଶରେ ୧୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ମିଳିପାରିଛି । ଆଗରୁ ସରକାର ୧ ଟଙ୍କା ପଠାଇଲେ ଲାଭାର୍ଥୀଙ୍କ ପାଖରେ ୧୫ ପଇସା ପହଞ୍ଚୁଥିଲା । ମାତ୍ର ମୋଦି ସରକାରଙ୍କ ପ୍ରୟାସ ଯୋଗୁଁ ଦେଶର ୪୮ କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ସମସ୍ତଙ୍କୁ ସରକାରୀ ସୁବିଧା ଡିବିଟି ମାଧ୍ୟମରେ ମିଳିପାରୁଛି ।''

ନବୀନଙ୍କୁ ଜୁଏଲଙ୍କ ନିଶାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ ଆଜି ଯୁବ ଶକ୍ତିଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ବିକାଶ, ନବୀକରଣ, ଖେଳ, ସ୍ଵରୋଜଗାର ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆସିଛି । ଗରିବ ବାସହୀନଙ୍କୁ ଭୂଆଁ ବୁଲାଇବା ପାଇଁ ରାଜ୍ୟ ସରକାର “ମୋ ଘର” ଯୋଜନାର ଆରମ୍ଭ କରିଛନ୍ତି, ଯାହାକି ପର ଘର ତିଅଣରେ ଅତିଥି ସତ୍କାର ସଦୃଶ । ଘର ଡିହ ବନ୍ଧା ପକାଇ ଗରିବ ଲୋକଟି ବ୍ୟାଙ୍ଗରୁ ଋଣ ନେବ ଏବଂ କିସ୍ତି ଆଧାରରେ ଋଣ ପ୍ରତିଶୋଧ କରିବ। ଏଥିରେ ରାଜ୍ୟ ସରକାରଙ୍କ ଭୂମିକା କଣ ? ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଚିକିତ୍ସା ପାଇଁ ୫ ଲକ୍ଷ ଯୋଗାଉଛନ୍ତି କିନ୍ତୁ ନବୀନ ବାବୁ କାହିଁକି ଓଡ଼ିଶାବାସୀଙ୍କୁ ସେଥିରୁ ବଞ୍ଚିତ କରୁଛନ୍ତି ? ଓଡ଼ିଶାର କୋଇଲାରେ ସାରା ଦେଶ ଆଲୋକିତ ହେଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ଆମ ରାଜ୍ୟରେ ବିଦ୍ୟୁତ କାଟ ହେଉଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଇଟିଭି ଭାରତ, ମାଲକାନଗିିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.