ETV Bharat / state

ମୋଟୁରେ ବନ୍ୟା ପାଇଁ ପୋଲାଭରମକୁ ଦାୟୀ କଲା ବିଜେଡି

ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ପାଇଁ ପୋଲାଭରମ ପ୍ରକଳ୍ପକୁ ଦାୟୀ କଲା ବିଜେଡି । ଅଧିକ ପଢନ୍ତୁ

ମୋଟୁରେ ବନ୍ୟା ପାଇଁ ପୋଲାଭରମକୁ ଦାୟୀ କଲା ବିଜେଡି
ମୋଟୁରେ ବନ୍ୟା ପାଇଁ ପୋଲାଭରମକୁ ଦାୟୀ କଲା ବିଜେଡି
author img

By

Published : Jul 20, 2022, 7:53 AM IST

ମାଲକାନଗିରି: ଜିଲ୍ଲାର ମୋଟୁ ଅଞ୍ଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରି ପରିସ୍ଥିତି ପାଇଁ ସିଧାସଳଖ ପୋଲାଭରମକୁ ଦାୟୀ କରିଛି ବିଜେଡି । ପୋଲାଭରମ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ହୋଇ ନପାରି ମାଲକାନଗିରି ମୋଟୁ ଅଞ୍ଚଳର ଗାଁ ଗୁଡିକ ଜଳମଗ୍ନ ହୋଇଛି । ପୋଲାଭରମ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଉଣୁ ଓଡିଶାରେ ବର୍ଷା ନହେବା ସତ୍ତ୍ବେ ଏଭଳି ସ୍ଥିତି ଉପୁଜିଥିବା ବେଳେ ପୋଲାଭରମ ହେଲେ ମୋଟୁ ଅଞ୍ଚଳ ସଂପୂର୍ଣ୍ଣ ଜଳମଗ୍ନ ହେବ । ତେଣୁ ଏହାକୁ କଡା ବିରୋଧ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।

ମୋଟୁରେ ବନ୍ୟା ପାଇଁ ପୋଲାଭରମକୁ ଦାୟୀ କଲା ବିଜେଡି

ମଙ୍ଗଳବାର ବିଜେଡି ବା ସରକାରୀ ଦଳର ଏକ ଟିମ୍ ମୋଟୁର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ଏପଟେ ବନ୍ୟାର ପଞ୍ଚମ ଦିନରେ ସ୍ଥିତି ସ୍ବାଭାବିକ ରହିଥିଲେ ମଧ୍ୟ ମୋଟୁ ସୀମାରେ ଜାତୀୟ ରାଜପଥରୁ ପାଣି ସମ୍ପୂର୍ଣ୍ଣ ଖସି ନଥିବାରୁ ଆନ୍ତଃରାଜ୍ୟ ଯୋଗାଯୋଗ ସ୍ବାଭାବିକ ହୋଇପାରିନାହିଁ । ପ୍ରଶାସନ କ୍ଷତିଗ୍ରସ୍ତମାନଙ୍କୁ କ୍ଷୟକ୍ଷତିର ଆକଳନ କରିବା ସହ ଖୁବଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.